ଖୋଲିଲା ଅଙ୍ଗନୱାଡି : କେତେ ସୁରକ୍ଷିତରେ ଯାଉଛନ୍ତି ଛାତ୍ରଛାତ୍ରୀ ଗୌଡଗୋଠ ପଞ୍ଚାୟତ ଅଫିସ୍ ଓ ଅଙ୍ଗନୱାଡିର ସାମ୍ନା ଡ୍ରେନରେ ଲାଗିନି ଢାଙ୍କୁଣି ବିପଦସଙ୍କୁଳ ଭାବେ ଯିବା ଆସିବା କରୁଛନ୍ତି ଛାତ୍ରଛାତ୍ରୀ : ହିତାଧିକାରୀ
ଦେଓଗାଁ, (ମନୀଷ କୁମାର ସାହୁ): ଦୀର୍ଘ ୧୦ମାସ ପରେ ପର୍ୟ୍ୟାୟ କ୍ରମେ ଖୋଲିବାରେ ଲାଗିଛି ଶିକ୍ଷାନୁଷ୍ଠାନ। ଛାତ୍ରଛାତ୍ରୀମାନେ ଏବେ ଉତ୍ସାହର ସହ ଶିକ୍ଷାଲାଭ କରିବାକୁ ଯାଉଛନ୍ତି। ହେଲେ ପଢିବାକୁ ଯିବା ବେଳେ ସେମାନେ କେତେ ସୁଖିତ ଭାବେ ଯିବା ଆସିବା କରୁଛନ୍ତି ତାକୁ ନେଇ ଚିନ୍ତାରେ ପରିବାର ଲୋକେ । ସରକାର କୋଭିଡ-୧୯ରୁ ରକ୍ଷା କରିବାକୁ ବିଭିନ୍ନ ପ୍ରକାରର ସଚେତନତା ଅବଲମ୍ବନ କରି ପଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ମଣିଶକୃତ ତ୍ରୁଟି ଯୋଗୁଁ ବିପଦଶଙ୍କୁଲ ଭାବେ ଅଙ୍ଗନୱାଡିକୁ ପଡ଼ିଛକୁ ଯାଉଛନ୍ତି ଛାତ୍ର, ଛାତ୍ରୀମାନେ ବୋଲି ଅଭିଯୋଗ ହେଉଛି । ଏଭଳି ଅଭିଯୋଗ ଆସିଛି ଦେଓଗାଁ ବ୍ଲକ ଗୌଡଗୋଠ ପଞ୍ଚାୟତରୁ । ସ୍ଥାନୀୟ ପଞ୍ଚାୟତ କାର୍ୟ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ସାମ୍ନାରେ ଗତ ବର୍ଷ ବର୍ଷା ମାସ ବେଳକୁ ପାଣି ଜମି ରହି ଯାଇଥିବାରୁ ଏଠାରେ ଥିବା ଡ୍ରେନର ଢାଙ୍କୁଣି ଖୋଲି ଦିଆଯାଇଥିଲା । ହେଲେ ତାପରେ ଆଉ ଢ଼ଙ୍କାଯାଇନି । ଯାହାଫଳରେ ଗାଁଲୋକ ଢାଙ୍କୁଣି ଲଗାଇବାକୁ କହିବାରୁ ଏହି ଢାଙ୍କୁଣି ବଦଳରେ ଜାଳି ଥିବା ଢାଙ୍କୁଣି ଦେଲେ ପାଣି ଆଉ ଜମି ରହିବା ନାହିଁ ବୋଲି କହି ଜାଳି ଥିବା ନୂଆଁ ପ୍ଲେଟ ତିଆରି କରାଯାଉଛି, ତାପରେ ଲଗାଯିବ ବୋଲି କହିଥିଲେ । ହେଲେ ଏହି ଘଟଣାକୁ ମାସ ମାସ ପୁରୀ ଯାଇଥିଲେ ବି ଏବେ ମଧ୍ୟ ସେହି ସ୍ଥାନରେ ଡ୍ରେନ ଖୋଲା ରହିଛି । ଏବେ ଅଙ୍ଗନୱାଡି ଖୋଲିଥିବାରୁ ସେଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ସହ ପଞ୍ଚାୟତ କାର୍ୟ୍ୟାଳୟକୁ ବିଭିନ୍ନ ସୁବିଧା ଅସୁବିଧାକୁ ନେଇ ଆସୁଥିବା ହିତାଧିକାରୀମାନେ ମଧ୍ୟ ସେହି ଡ୍ରେନରେ ପଡ଼ିବାର ଆଶଙ୍କା ଦେଖାଯାଉଛି । ଫଳରେ ଶୀଘ୍ର ଏହି ଡ୍ରେନରେ ଢାଙ୍କୁଣି ଲଗାଇବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହେଉଛି ।