
ଭୁବନେଶ୍ୱର : ମଧ୍ୟାହ୍ନ ଭୋଜନରେ ଏଣିକି ପିଲାଙ୍କୁ ମିଳିବ ଲଡୁ । ଅଣ୍ଡା ସହ ପୁଷ୍ଟିକର ଲଡୁ ମଧ୍ୟାହ୍ନ ଭୋଜନରେ ଦିଆଯିବ । ସପ୍ତାହକୁ ୩ ଦିନ ମିଳିବ ପୁଷ୍ଟିକର ଲଡୁ । ମଙ୍ଗଳବାର, ଗୁରୁବାର, ଶନିବାର ପୁଷ୍ଟିକର ଲଡୁ ମିଳିବ । ସେହିଭଳି ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଅଣ୍ଡା ଦିଆଯିବ । ପିଏମ୍ ପୋଷଣ ଯୋଜନା ଅଧୀନରେ ପିଲାଙ୍କୁ ଲଡୁ ଏବଂ ଅଣ୍ଡା ଦିଆଯିବ । ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ପିଏମ୍ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ଗିରିଶ ଚନ୍ଦ୍ର ସିଂହ ସବୁ ଜିଲାପାଳଙ୍କୁ ସୂଚନା ଦେଇଛନ୍ତି । ପୂର୍ବରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ କେବଳ ଭାତ, ଡ଼ାଲି, ସୋୟାବଡ଼ି ତରକାରୀ ଏବଂ ଅଣ୍ଡା ତରକାରୀ ଦିଆଯାଉଥିଲା ।