
ଜଗତସିଂହପୁର : ଜଣେ ମହିଳାଙ୍କୁ କୁମ୍ଭୀର ଖାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେବାରେ ଲାଗିଛି । ଦୃଶ୍ୟଟି ଅତ୍ୟନ୍ତ ଲୋମହର୍ଷଣକାରୀ ହୋଇଥିବା ବେଳେ ଦର୍ଶକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି । ଏହି ଦୃଶ୍ୟଟି ଜଗତସିଂହପୁର ଅଞ୍ଚଳର ବୋଲି ଚର୍ଚ୍ଚା ହେଉଛି । ତେବେ ଉଚିତ୍ ତଦନ୍ତ ପରେ ଏହି ଭୟଙ୍କର ଦୃଶ୍ୟଟି କେଉଁ ଅଞ୍ଚଳର, ତାହା ଜଣାପଡିବ ।