ସରିଲା ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର : ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଆବାହନରେ ଆୟୋଜିତ ଖଣ୍ଡଗିରି କୁମ୍ଭମେଳା ଶେଷ ହୋଇଛି । ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୁଜାଙ୍କ ନିକଟରେ ଲାଗିଥିବା ଅଖଣ୍ଡ ଦୀପ ଏଠାରେ ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଛି । ଗୁମ୍ଫା ସଲଗ୍ନ ଶ୍ରୀ ଶ୍ରୀ ହନୁମାନଜୀଙ୍କ ମନ୍ଦିର ପ୍ରାଙ୍ଗଣରେ ୯ ଦିନ ବ୍ୟାପୀ ଚାଲିଥିବା ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମଧ୍ୟ ସନ୍ଧ୍ୟାରେ ଶେଷ ହୋଇଛି । ଦେଶର କୋଣ ଅନୁକୋଣରୁ ଆସି ଏହି ମେଳାରେ ଯୋଗ ଦେଇଥିବା ସାଧୁସନ୍ଥମାନେ ସେମାନେ ଚଳାଇ ଆସିଥିବା ଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି । ଏହି ପର୍ବରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.

error: Content is protected !!