oom

ଜୋର୍‌ ପବନ, ବର୍ଷା ସହ କୁଆପଥର ମାଡ : ଚାଷୀଙ୍କ ଧାନ ସମ୍ପୂର୍ଣ କ୍ଷତିଗ୍ରସ୍ତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଅନେକ ସ୍ଥାନରେ ଆଜିପ୍ରାୟ ୪ଟା ବେଳେ ବହୁତ ଜୋର୍‌ ପବନ, ବର୍ଷା ସହ କୁଆପଥର ମାଡ ହୋଇ ଚାଷୀଙ୍କ ଏକର ଏକର ଜମିର ଧାନ ଫସଲ କ୍ଷତି ହୋଇଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ, ଗଛ ଲତା ସହ ଘର ମାନଙ୍କର ଛପର ଉପୁଡ଼ି ପଡ଼ିଥିବାର ଦେଖିବାକୁ ମିଳିଛି । ରାଇସଲପଦର ଗ୍ରାମରେ ମଧ୍ୟ ଏଭଳି କ୍ଷୟକ୍ଷତି ଘଟିବାର ଅଭିଯୋଗ ହୋଇଛି । ରାଇସଲପଦର ମନବୋଧ ସାହୁ, ଲେକ୍ରୁ ସାହୁ, ବିଦେଶୀ ସହୁ, ସୁବାସ ସାହୁ, ବଂଶୀଧର ସାହୁ, ଦେବାର ସାହୁ, ପ୍ରଫୁଲ୍ଲ ସାହୁଙ୍କ ସମେତ ଅନେକ ଚାଷୀଙ୍କ ଧାନ କୁଆପଥର ମାଡ଼ରେ ସମ୍ପୂର୍ଣ କ୍ଷତି ହୋଇଛି । ଉକ୍ତ ଚାଷୀମାନେ ବର୍ତ୍ତମାନ କ୍ଷତି ପୂରଣ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.