csstore

କୁଆଁରୀ ସାହିତ୍ୟ ସଭା ଅନୁଷ୍ଠିତ ହେବ ଆସନ୍ତା ୧୪ରେ : କୁଆଁରୀ ସାହିତ୍ୟ ସମ୍ମାନ ପାଇବେ କବି ଆନଂଦ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆସନ୍ତା ୧୪ ତାରିଖ ରବିବାର ଦିନ ସ୍ଥାନୀୟ ମେହେର ଧର୍ମଶାଳାରେ ପୂର୍ବାହ୍ନ ୧୦ଟା ସମୟରେ କୁଆଁରୀ ସାହିତ୍ୟ ସଭା ଅନୁଷ୍ଠିତ ହେବ । ୪ ବର୍ଷରେ ପାଦ ଥାପିଛି କୁଆଁରୀ ସାହିତ୍ୟ ପତ୍ରିକା । ଏହି ଅବସରରେ ଏକ ବାର୍ଷିକୋତ୍ସବର ଆୟୋଜନ କରାଯାଉଥିବା ବେଳେ କବି ଆନଂଦ ଚଂଦ୍ର ସାହୁଙ୍କୁ ‘କୁଆଁରୀ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ ଏବଂ ଏହି ଅବସରରେ ବ୍ୟଙ୍ଗକବି ଭାବେ ଟିଟିଲାଗଡ଼ର ଟିକେଲାଲ ବେହେରା ସମ୍ମାନିତ ହେବେ ବୋଲି କୁଆଁରୀର ସଂପାଦକ ଦିଲିପ କୁମାର ମିଶ୍ର କହିଛନ୍ତି । ସଂପୃକ୍ତ ଉତ୍ସବରେ କୋଶଲୀ ଭାଷା ସାହିତ୍ୟ ସଂପର୍କରେ ଆଲୋଚନା ସଭା ତଥା ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହେବ ବୋଲି ସୂଚନାରେ କୁହାଯାଇଛି । ତେବେ କୁଆଁରୀ ସାହିତ୍ୟ ସଭାରେ ବହୁ ସଂଖ୍ୟା କବି, ଲେଖକମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କୁଆଁରୀ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି ।

jayashree
Leave A Reply

Your email address will not be published.