oom

ମାନବ ସେବା ସଦନର କୃତଜ୍ଞତା ଜ୍ଞାପନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ‘ସର୍ଭିସ୍ ଟୁ ହ୍ୟୁମାନ୍ ଫାଉଣ୍ଡେସନ’ ମାନବ ସେବା ସଦନର ଜଣେ ୬ ବର୍ଷୀୟ ମୁକ ବଧିର ଅନ୍ତେବାସୀ ରାକେଶ କିଷାନର ଦେହ ଅସୁସ୍ଥ ହେବାରୁ ପ୍ରଥମେ ଆରଜିଏଚ, ପରେ ସିଡବ୍ଲ୍ୟୁଏସ ଓ ଶେଷରେ ଆଇଜିଏଚରେ ଚିକିତ୍ସା କରାଯାଇଥିଲା । ପରେ ସେଠାରୁ ସେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରିଥିବାରୁ ଓ ଏହି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢାଇଥିବା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବ୍ଲେସ ଆଣ୍ଡ ବ୍ଲିସ ଏନଆଇଟି ରାଉରକେଲା, ହଣ୍ଡ୍ରେଡସ୍ ଟିମ୍, ଆଶା ଗୃପ ଏନଆଇଟି, ସମାଜସେବୀ ଲକ୍ଷ୍ମୀ ଧର ନାୟକ, ଲୀନା ତ୍ରିପାଠୀ, ବିଜୟାନନ୍ଦ ପଟ୍ଟନାୟକ, ରଜତ ନାୟକ, ଶଶି ନାୟକ, ଅମର ସିଂ, ପ୍ରଭାସ ଦାସ ଓ ଆଶ୍ରମର ଅନ୍ତେବାସୀଙ୍କୁ ସମାଜସେବୀ ହେମନ୍ତ ତାଣ୍ଡିଆ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.