oom

ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତସ୍ତରୀୟ କମିଟି ଗଠନ

jsmm

ପଦ୍ମପୁର, (ନିରୋଜ କୁମୋର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ତାଳପାଲି ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଆଜି ବିଷ୍ଣୁ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ରାଜବୋଡାସମ୍ବର କୃଷକ ସଙ୍ଗଠନର ପଂଚାୟତସ୍ତରୀୟ କମିଟି ଗଠନ କରିବା ସହିତ ଚାଷୀମାନଙ୍କ ସବୁ ପରିସ୍ଥିତି ସହ ଚାଷୀମାନଙ୍କ ସବୁ ଅସୁବିଧା ସୁବିଧାରେ ଛିଡା ହୋଇ ଚାଷୀମାନଙ୍କ ହକର ଲଢେଇରେ ସମସ୍ତେ ମିଶି ଲଢ଼ିବା ପାଇଁ ଆହ୍ୱାନ କରିଥିଲେ । ଏହି ବୈଠକରେ ସମସ୍ତଙ୍କ ମତାମତ ନେଇ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ସଭାପତି ଭାବେ ବୀଣାପାଣି ମିଶ୍ର, ବିଷ୍ଣୁ ପ୍ରସାଦ ସାହୁଙ୍କୁ ଉପସଭାପତି ଭାବେ, ମାନ ଭଞ୍ଜନ ସାହୁଙ୍କୁ ସମ୍ପାଦକ ଭାବେ, ଉପେନ୍ଦ୍ର ପଧାନଙ୍କୁ ସହସମ୍ପାଦକ ଭାବେ, ଦୀପକ ପଧାନଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରି ସର୍ବ ସମ୍ମତି କ୍ରମେ ସଂଗଠନର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଉକ୍ତ ସଭାରେ ସମସ୍ତ ଗ୍ରାମର ଚାଷୀ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଆଗାମୀ ଦିନରେ ଚାଷୀମାନଙ୍କ ପାଇଁ ରାଜବୋଡାସମ୍ବର କୃଷକ ସଙ୍ଗଠନ, ଗାଇସିଲେଟ ବ୍ଲକରେ ସମସ୍ତେ ମିଶି କାମ କରିବେ ବୋଲି ସଂକଳ୍ପ ନେଲେ । ସବୁ କ୍ଷେତ୍ରରେ କାମ କରି ଚାଷୀମାନଙ୍କ ସମସ୍ତ ଅସୁବିଧାରେ ଲଢେଇ କରିବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା ଓ ସବୁ ସମୟରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ସହିତ ମିଶି କାର୍ଯ୍ୟ କରିବ ବୋଲି ବିଚାର କରାଯାଇଥିଲା । ଏହି ବୈଠକରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକର ଆବାହକ ବିରେନ୍ଦ୍ର ପଧାନ, ଉପସଭାପତି ସରୋଜ ସାହୁ, କୋଷାଧକ୍ଷ ଆନନ୍ଦ ଚନ୍ଦ୍ର ପଧାନ ଓ ତାଳପାଲି ପଂଚାୟତର ଚାଷୀ ସତ୍ୟବାନ ସାହୁ, ହେମନ୍ତ ସାହୁ, ଅଶୋକ ମାଝୀ ପ୍ରମୁଖ ଉପସ୍ଥିତ ରହି ସଂଗଠନର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.