ମାଣ୍ଡିଆଢ଼ିପାରେ କୃଷକ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ପଞ୍ଚାୟତ ସ୍ତରୀୟ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ହାଡୁ ସାହୁଙ୍କ ସଭାପତିତ୍ୱରେ ଏହି କୃଷକ ସମାବେଶ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାବେଶକୁ ସମ୍ମାନିତ ଅତିଥି ଭାବେ ଜୟ କିଷାନ ଆନ୍ଦୋଳନର ଆବାହକ ରମେଶ ମହାପାତ୍ର, ରାଜବୋଡାସମ୍ବର କୃଷକ ସଂଗଠନ ଅଶୋକ ସାହୁ, କୈଳାସ ବାରିକ, ରୋହିତ ପ୍ରଧାନ, ଦହିତ ସାହୁ, ମୁକ୍ତେଶ୍ଵର ପଟେଲ, ବିଜୟ ସାହୁ, ଅମୃତଲାଲ ସାହୁ, ମଳୟ ଭୋଇ, ପୁଷ୍କର ବରିହା, ବିଶ୍ୱନାଥ ରଣା, ବାଳକୃଷ୍ଣ ବନଛୋର, ପିତାମ୍ବର ସାହୁ, ସଫେତ ବାରିକଙ୍କୁ କୃଷକମାନଙ୍କ ତରଫରୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଆସନ୍ତା ୨୪ ତାରିଖ ଦିନ ପାଇକମାଲ ବ୍ଳକ ଘେରାଉ କରିବା ସଂକ୍ରାନ୍ତରେ ବହୁ ସଂଖ୍ୟା ଚାଷୀଭାଇ ମାନେ ଯୋଗଦାନ କରିବାକୁ ଅନୁରୋଧ କରାଯାଉଛି । ଯେଉଁ ବିଷୟକୁ ନେଇ ଆଗାମୀ ଦିନରେ କୃଷକ ଆନ୍ଦୋଳନକୁ ଓହ୍ଲାଇବେ ସେ ଗୁଡିକ ହେଲା ପାଇକମାଲ ବ୍ଳକ ଅଞ୍ଚଳକୁ ସମ୍ପୁର୍ଣ୍ଣ ମରୁଡି ଭାବେ ଘୋଷଣା,ସମ୍ପୁର୍ଣ୍ଣ ରୂପେ କୃଷିଋଣ ଛାଡ, କେନ୍ଦ୍ର ସରକାରଙ୍କ ତିନୋଟି ବିଲ୍ କୃଷି ଆଇନ ପ୍ରତ୍ୟାହାର, ପାଇକମାଲ ବ୍ଳକର ସମସ୍ତ ଅଞ୍ଚଳରେ ଥିବା ଜମିମାନଙ୍କୁ ଜଳସେଚନର ସୁବିଧା, ଧାନ ବିକ୍ରୟ ହେଉଥିବା ବସ୍ତାକୁ ଗଣି ବସ୍ତାର ମୂଲ୍ୟ ଫେରସ୍ତ, ସମସ୍ତ କିସମର ପରିବର୍ତ୍ତନ, ସମସ୍ତ ଉଠା ଜଳସେଚନ ଓ ଗଭୀର ନଳକୂପ ଖନନର ବିଦ୍ୟୁତ ଦେୟ ଛାଡ, ଯୁଦ୍ଧ କାଳୀନ ଭିତ୍ତିରେ ଶ୍ରମିକମାନଙ୍କୁ କାମ ଯୋଗାଇ, ସମସ୍ତ କୃଷକ ପରିବାରଙ୍କ ପାଇଁ ରାସନ୍ କାର୍ଡ ଏବଂ କାଳିଆ ଯୋଜନା ଅର୍ଥ ଯୋଗାଇ ଦିଆଯାଉ ଆଦି ଅନେକଗୁଡ଼ିଏ ସମସ୍ୟାକୁ ନେଇ ଅନୁଷ୍ଠିତ କୃଷକ ସମାବେଶରେ ଶତାଧିକ ଚାଷୀଙ୍କ ସମାଗମ ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.