କମେଇମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ କମେଇମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଡେଶ୍ୱର ମୁର୍ମୁ ସଭାପତିତ୍ଵ କରିଥିଲେ । ତୁରେକେଲା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରାଜେଶ କୁମାର ସିଂଦେଓ, ମାନ୍ଦଲା ସିଆର୍‌ସିସି ଧନସିଂ ମାଝୀ ଅତିଥି ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟର ଖେଳ ଶିକ୍ଷକ ଜିତେନ୍ଦ୍ର କୁମାର ନାୟକ କ୍ରୀଡା ପରିଚାଳନା ଓ ନିରଞ୍ଜନ ସୁନା ମଂଚ ପରିଚାଳନା କରିଥିଲେ। । ଶିକ୍ଷକ ପ୍ରମୋଦ କୁମାର ମାଝୀ, ଭୁଲେଶ୍ୱର ବାଗ, ରବିନ୍ଦ୍ର କୁମାର ଭୋଇ, ବିଦ୍ୟାଧର ନାଏକ, ମଳୟ ଚୌହାନ ଶିକ୍ଷୟିତ୍ରୀ ଅନିଶା ସାହୁ ସହଯୋଗ କରିଥିଲେ । କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଶିକ୍ଷକ ବିମଳ ହାତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.