ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୫ ସ୍ଥିତ ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲର ୫୨ତମ କ୍ରୀଡା ସମ୍ମିଳନୀ ମହା ସମାରୋହରେ ଆୟୋଜିତ ହୋଇଯାଇଛି । ଅଧ୍ୟକ୍ଷା ଅଞ୍ଜଳି ଶତପଥୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କ୍ରୀଡା ଉତ୍ସବରେ ରାଉରକେଲା ଇସ୍ପାତ କାରଖାନା, ଟାଉନସିପ୍ ବିଭାଗର ମହା ପ୍ରବନ୍ଧକ ଟି. ଜି କାନେକର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାକ୍ତନ କ୍ରୀଡା ଶିକ୍ଷକ ଜନ୍ମେଜୟ ମହନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍କୁଲର ସମ୍ପାଦକ ଡା. ପ୍ରଶାନ୍ତ କୁମାର ପାତ୍ର ପିଲାମାନଙ୍କୁ କ୍ରୀଡା ପ୍ରତି ଉତ୍ସାହିତ କରିଥିଲେ । ସ୍କୁଲର ପରିଚାଳନା କମିଟିର ସଭ୍ୟ ଅରୂପ କୁମାର ସୁବୁଦ୍ଧି, ଚିତ୍ତରଞ୍ଜନ ନନ୍ଦୀ, ସୁନାକର ନାୟକ, ବିଶ୍ଵନାଥ ଆଇଚ, ନିବେଦିତା ପଟ୍ଟନାୟକ ଓ ଅନ୍ୟାନ୍ୟ ସଭ୍ୟସଭ୍ୟା ମାନେ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ଗୀତାରାଣୀ ବେହେରା, ବନ୍ଦନା ଦାସ ପ୍ରମୁଖ ନୃତ୍ୟ, ଗୀତ ପରିବେଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ଅଞ୍ଜଳି ମହାନ୍ତି, କଳ୍ପନା ଚୌଧୁରୀ, ସନ୍ଧ୍ୟାରାଣୀ ଲେଙ୍କା, ଜୟଶ୍ରୀ ମାନକୀ, ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଓ ଅନ୍ୟାନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ । ସ୍କୁଲର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉଚ୍ଚକୋଟୀର କ୍ରୀଡା ଓ କୌଶଳ ଦେଖାଇଥିଲେ । ପ୍ରାୟ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକା ମାନେ ଯୋଗଦେଇ ଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଅଞ୍ଜଳି ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।