oom

ସୁବାଷ ଜୟନ୍ତୀ ଅବସରରେ ମୋ ଚାଟଶାଳୀର ଶିଶୁଙ୍କ କ୍ରୀଡା ପ୍ରତିଯୋଗିତା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଗତକାଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ଅବସରରେ ଗୁଡଖାପଲା ମୋ ଚାଟଶାଳୀ କେନ୍ଦ୍ରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ନେଇ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ଏବିଓ ଅଜିତ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିକ୍ଷାର ମୂଳ ଉଦ୍ଦେଶ୍ୟ ବିଷୟରେ ଉଦ୍‌ବୋଧନ ଦେଇଥିଲେ । ସମ୍ମାନିତ ଅତିଥିଭାବେ ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶାର କର୍ମକର୍ତ୍ତା ଆଶିଷ ରାଜହଂସ ଯୋଗଦେଇ ମୋ ଚାଟଶାଳୀ ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଲୋକ ଉନ୍ନତି ସଙ୍ଗଠନର ଦେଓଗାଁ ସଂଯୋଜକ ରୂପଧର ପୂଟା ପରିଚାଳନା କରିଥିବା ବେଳେ ଚାଟଶାଳୀ କେନ୍ଦ୍ରର ସ୍ୱେଚ୍ଛାସେବୀ ଉତ୍ତମ ସୁନା, ଜିତେନ୍ଦ୍ର ସୁନା, ସୁନିଲ ସୁନା, ରୋଜି ସୁନା, ପ୍ରଦୀପ ସାହୁ, ପିତାମ୍ୱର ପଧାନ, ସୁରେନ୍ଦ୍ର ପୋଢ଼, ମିଥୁନ ସୁନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.