ଜିଲ୍ଲା ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ପ୍ରିୟଙ୍କାଙ୍କ କୃତିତ୍ୱ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ତା ୨୧- ୧୨-୨୦୨୫ରୁ ତା ୨୨-୧୨-୨୦୨୫ ଦୁଇଦିନ ଧରି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତାରେ ଆଗଲପୁର ବ୍ଲକ ଶିକ୍ଷା ଅଧିନସ୍ଥ ଉଷାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ବକଟିର ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ଦ୍ଵାରି ୧୪ ବର୍ଷରୁ କମ୍ ବାଳିକା ବର୍ଗ ଟ୍ରାଏଥଲନ୍ – ସି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ବିଦ୍ୟାଳୟର ପି.ଇ.ଆଇ. ତଥା କୋଚ୍ ଋଷଭ ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଭ୍ୟାସ କରି ନିଜ ବିଦ୍ୟାଳୟ ତଥା ବ୍ଲକ୍ ପାଇଁ ଗୌରବ ଆଣି ଦେଇଥିବାରୁ ବିଦ୍ୟାଳୟର ପ୍ରଧନଶିକ୍ଷକ ରାମ ଚନ୍ଦ୍ର ନାଗ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉଭୟ କୋଚ୍ ଋଷଭ ପଧାନ ଓ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରିୟଙ୍କା ଆଗକୁ ଆହୁରି ଉତ୍ତମ ପ୍ରଦର୍ଶନ କରିବେ ବୋଲି କୋଚ୍ ଋଷଭ ପଧାନ ଆଶାବ୍ୟକ୍ତ କରିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ବକଟି ଗ୍ରାମ ତଥା ଅଞ୍ଚଳରେ ଖୁସିର ଲହରି ଖେଲିବା ସହ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.