ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅର୍ଜୁନପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଦ୍ଵିଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁମନ୍ତ ପରୁଆଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଉଦଘାଟନୀ ଦିବସରେ ଦେଓଗାଁ ବ୍ଲକ ଉପାଧକ୍ଷା ସୁଶ୍ରୀ ସୂର୍ଯ୍ୟକାନ୍ତୀ ଛତ୍ରିଆ ଉପସ୍ଥିତ ଥିବା ବେଳେ ଉଦଯାପନୀ ଉତ୍ସବରେ ଦେଓଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତନ୍ୟ ଧରୁଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ କ୍ରୀଡା ଶିକ୍ଷକ ମୋହନ ସାହୁ, ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଡିଙ୍ଗର ରାଉତ, ଡୋଳାରାମ ନାଗ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମୃତ୍ୟୁଞ୍ଜୟ ଲୁହା, ଶିକ୍ଷକ ତାପସ ବିଶ୍ଵାଳ, ଜିତେନ୍ଦ୍ର ନାଏକ, ଜିତେନ୍ଦ୍ର ପଟେଲ, ମୌସମ ମେହେର, ନେପାଲ ଡ଼ାଙ୍ଗ, ଗୁପ୍ତେଶ୍ୱର କୁଅଁର, ଜିତେନ୍ଦ୍ର ପଟେଲ, ଶିକ୍ଷିକା ମଧୁସ୍ମିତା ସାହୁ, ମାଧ୍ୟମିକ ବିଦ୍ୟାଳୟର ଅତିଥି ଶିକ୍ଷକ ମାମି ନାଏକ, ଇନ୍ଦୁ ଧରୁଆ, ତେଜୟନ୍ତି ପୁଟେଲ, ତୁଷାର ବାଗ, ସୁଶାନ୍ତ ସାହୁ, ସାଧୁ ରଣା, କିରାଣୀ ଅନନ୍ତ ନାଏକ ତଥା କର୍ମଚାରୀ ବିରେନ୍ଦ୍ର ନାଗ, ପ୍ରବୀଣ କର୍ତ୍ତି ସହଯୋଗ କରିଥିଲେ । ଉଦଯାପନୀ ଦିବସରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସଭାରେ କଳା ଶିକ୍ଷକ ଚମ୍ପୁଲାଲ ମୁନା ମଞ୍ଚ ପରିଚାଳନା କରିଥିବା ବେଳେ କରୁଣା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post