ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ନକ୍‌ ଆଉଟ୍‌ ଫୁଟବଲ ପଞ୍ଚମ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ୧୫ ଗୋଟି ପଡିଆରେ ୧୬ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ସୁଜିଆ ପଡିଆରେ ମୁରସୁଣ୍ଡ ୧-୦ ଗୋଲରେ ଝାରମୁଣ୍ଡାକୁ ହରାଇଛି । ଲୋଇସିଂହା ମିନି ଷ୍ଟାଡିୟମ୍‌ରେ ମନହିରା ସଡନ ଡେଥ୍‌ରେ ବିଡିଏଫଏ ଲୋଇସିଂହାକୁ ହରାଇଛି । ହଲଦି ପଡିଆରେ ହଲଦି ୨-୧ ଗୋଲରେ ଚିକିନିବାହାଲିକୁ ହରାଇଛି । ମୁରିବାହାଲ ପଡିଆରେ ଜେଏଫ୍‌ଟି ଘୁଷୁରାମୁଣ୍ଡା ୧-୦ ଗୋଲରେ ଧୁମସୁକୁ ହରାଇଛି । ସିଟି ସ୍କୁଲ ଟିଟିଲାଗଡ ପଡିଆରେ ଗୁଲମି ୨-୦ ଗୋଲରେ ସିହିନିକୁ ହରାଇଛି । ଖୋଲାନ ପଡିଆରେ କୁରୁସୁଡ ୩-୦ ଗୋଲରେ ଜଗୁଆକୁ ହରାଇଛି । ଜରାସିଂହା ମିନି ଷ୍ଟାଡିୟମ୍‌ରେ ବିଏନ୍‌ଏଏ ଜରାସିଂହା ଟ୍ରାଇବ୍ରେକର ୪-୩ ଗୋଲରେ କରେଲଧୁଆକୁ ହରାଇଛି । ଟିକ୍ରାପଡା ପଡିଆରେ ନାରିକଟା ଟ୍ରାଇବ୍ରେକର ୪-୩ ଗୋଲରେ କଦଲିମୁଣ୍ଡାକୁ ହରାଇଛି । ଖୁଜେନପାଲି ପଡିଆରେ ଅର୍ଜୁନପୁର ୨-୦ ଗୋଲରେ ଭାଲେରକୁ ହରାଇଛି । କଣ୍ଟାବାଞ୍ଜି ରେଲୱେ ପଡିଆରେ କେଏଫ୍‌ସି କଣ୍ଟାବାଞ୍ଜି ୩-୧ ଗୋଲରେ ବଡଗମଡାକୁ ହରାଇଛି । ବଙ୍ଗୋମୁଣ୍ଡା ମିନି ଷ୍ଟାଡିୟମ୍‌ରେ ସିନ୍ଧେକେଲା ୭-୦ ଗୋଲରେ ଚୁଲିଫୁଙ୍କାକୁ ହରାଇଛି । ଟାଉନ ହାଇସ୍କୁଲ ବଲାଙ୍ଗିର ପଡିଆରେ ଜେକେୱାଇଏସ୍‌ କାଲସାଏପାଲି ୨-୦ ଗୋଲରେ ପୋଗ୍ରେସିଭ ଏ ଓ ରିଜର୍ଭ ପୋଲିସ ସଡନଡେଥରେ ଡୁଙ୍ଗୁରିପଡାକୁ ହରାଇଛି । ଚୁଡାପାଲି ପଡିଆରେ ଢୁଲୁସର ୧-୦ ଗୋଲରେ କୁଟୁମଡୋଲାକୁ ହରାଇଛି । ପାଟଣାଗଡ ପଡିଆରେ ସୁନାମୁଦି ୧-୦ ଗୋଲରେ କୁତମୁଣ୍ଡାକୁ ହରାଇଛି । ପଲ୍ଲିଶ୍ରୀ ଷ୍ଟାଡିୟମ୍‌ ସଦାଇପାଲି ଠାରେ କୁସମେଲ ୪-୦ ଗୋଲରେ ସାଇଟ କଲେଜକୁ ହରାଇଛି । ଅତିଥି ଭାବେ ଜିଲ୍ଲା ପରିଷଦ ପ୍ରୋଗ୍ରାମର ରାଜିବ ଲୋଚନ ନେପାକ, କ୍ରୀଡା ସଂସଦ କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, କ୍ରିକେଟ୍‌ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, କ୍ରୀଡା ସଂଗଠକ ଧର୍ମେନ୍ଦ୍ର ମିଶ୍ର, ଚୟନ କମିଟି ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର, ସନ୍ତୋଷ କୁମାର ପ୍ରଧାନ, ଦିଗାମ୍ବର ବାଗ, ବିକ୍ରମ ପୁରୋହିତ, ସଲିଲୁ ମୋହନ ପ୍ରଧାନ, ଶ୍ରୀପତି ଷାଣ୍ଢ, ସଂଜିବ କୁମାର ସାହୁ, କୁଶମଣି ମେହେର, ପ୍ରବୀର ସିଂହ, ବଳ ରାଜପଲିଆ, ଅକ୍ଷୟ ସୁଆ, ବିଭୁତି ଭୂଷଣ ବଗର୍ତ୍ତି, ନିହାର ରଂଜନ ସ୍ୱାଇଁ, ସୁଦାମ ପାଣିଗ୍ରାହୀ, ମନିଷ କୁମାର କେରକେଟା, ଚେତରାମ ବେହେରା, ସନ୍ତୋଷ ସାହୁ, ବୃନ୍ଦାବନ ମହାକୁର, ସନ୍ତୋଷ କୁମାର ବ୍ରହ୍ମା, ସାନ୍ତନୁ ମିଶ୍ର, ପ୍ରଦୀପ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ଖେଳକୁ କରୁଣାକର ପ୍ରଧାନ, ଦାମ୍ବୋଦର ପ୍ରଧାନ, ଜିତେନ୍ଦ୍ର ପାତ୍ର, ମହେଶ ତ୍ରିପାଠୀ, ପ୍ରଦିପ ବଗର୍ତ୍ତି, ଅଞ୍ଜନ ବେସ୍ରା, ଗୋପାଲ ପ୍ରଧାନ, ବିଜୟ କୁମାର ରଣା, ଆଶିର୍ବାଦ ସା, ଆଶିଷଦେବ ସା, ପ୍ରତାପ ଭୁକ୍ତା, ପାଣ୍ଡବ ବିଶି, ଗଣେଷ ଭୋଇ, ଯୁବରାଜ ଭୋଇ, ଭୁଜ ଭୋଇ, ସାନ ଭୋଇ, ବିନୋଦ ପ୍ରଧାନୀ, ରାଜେଶ ସ୍ୱାଇଁ, ପ୍ରିତମ ନାଏକ, ଲବ ସୁନାନି, ଧବଳେଶ୍ୱର ଦଳବେହେରା, ମଳୟ ଘିଭେଲା, କୁଶଦେବ ଆଡଯୁଏଡ, ଗୋପାଲ ଘିଭେଲା, ଯଶୋବନ୍ତ ମାଝି, କ୍ଷମା ଭୟାଁ, ଶ୍ରୀବତ୍ସ ମେହେର, କୁନ୍ତେ ମେହେର, ପ୍ରଶାନ୍ତ ଥନାପତି, ଲକ୍ଷ୍ମୀଧର ମହାନ୍ତି, ବିବଚ୍ଛ ମାଝି, ଅକ୍ଷୟ ମାଝି, ସୀତାକାନ୍ତ ମାଝି, ବୈଷ୍ଣବ ତାଣ୍ଡି, ପ୍ରଫୁଲ୍ଲ ବଗର୍ତ୍ତି, ରାଜକିଶୋର ପାଣିଗ୍ରାହୀ, ବାଦଲ ରାଉତ, ଖଲିଉର ରହମାନ, ଉମେଶ ଧରୁଆ,ବିଜୟ ଖମାରି, ଗୌରହରି ପୁଟେଲ, ସାମସଙ୍ଗ ସେନାପତି, ଦୁଷ୍ମନ୍ତ ସାହୁ, ବୁଲୁ ମାଝି, ଡିସେମ୍ବର ଭୋଇ, ଦୁଷ୍ମନ୍ତ ବେହେରା, ଉମେଶ ଭୋଇ, ଶ୍ରବଣ ବାଗ, ଜିତୁ ଦଲାଇ, ସଚିଦାନନ୍ଦ ସାହୁ, ସଞ୍ଜନ କୁଦେଇ, ଏନ୍‌ଏସ୍‌ ନାଇଡୁ, ବୈକୁଣ୍ଠ ଜେନା, ଜଳନ୍ଧର ସାହୁ, ମଣ୍ଟୁ ବେହେରା, ପୁରୁଷୋତ୍ତମ ବୁଡେକ, ଦୋଳଗୋବିନ୍ଦ ମୁଣ୍ଡା, ତ୍ରିନାଥ ଚନ୍ଦନ, ଦିପକ ରାଜହଂସ, ଚୈତନ୍ୟ ସାହୁ, ସୁଧାଂଶୁ ସେଠ, ସୁଦର୍ଶନ ସେଠ, ସୁରେଶ ନାଏକ ଓ ସଂଜିବ ମହାରଣା ରେଫରି ଦାୟିତ୍ୱ ତୁଳାଇଥିଲେ । ଟାଉନ ହାଇସ୍କୁଲ ପଡିଆରେ ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା, ଲୋକନାଥ ନେପାକ, ଶୁଭ୍ରାଂଶୁ ଶେଖର ଅମାତ, ବିରେନ୍ଦ୍ର ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.