ବଲାଙ୍ଗିର, (କେପିଏନ୍ଏସ୍) : କୋଲକାତା ଆର୍ଜି କର ମେଡ଼ିକାଲ କଲେଜର ଡ଼ାକ୍ତରୀ ଛାତ୍ରୀ ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ପାଇଁ କ୍ୟାଣ୍ଡଲ ଜାଳି ପ୍ରତିବାଦ ଜଣାଇଲେ ବଲାଙ୍ଗିରର ବ୍ୟୁଟିସିଏନ୍ ମାନେ । ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ବ୍ୟୁଟିସିଏନ୍ ବିଣାରାଗିଣୀ ମହାପାତ୍ରଙ୍କ ନେତୃତ୍ୱରେ ପାଖାପାଖି ୨୦୦ ବ୍ୟୁଟିସିଏନ୍ ଏକାଠି ହୋଇ ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ପାଇଁ କ୍ୟାଣ୍ଡଲ ଜାଳି ପ୍ରତିବାଦ ଜଣାଇବା ସହ ଦୋଷୀ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରାଯାଇଥିଲା ।