oom

କୋଭିଡ ମୃତକଙ୍କ ପିଲାମାନଙ୍କ ପାଠ ପଢା ଦାୟିତ୍ୱ ନେବାକୁ ଘୋଷଣା କଲା କିରନ ଫାଉଣ୍ଡେସନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଦିନ ପ୍ରତିଦିନ କୋଭିଡ ସଂକ୍ରମଣ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ବିଭିନ୍ନ ସଂଗଠନ ଏବଂ ପ୍ରଶାସନ ତରଫରୁ ମୃତକଙ୍କ ଅନ୍ତିମ ସତ୍କାର ପାଇଁ ବିଭିନ୍ନ ବ୍ୟବସ୍ଥାମାନେ କରାଯାଉଛି । ହେଲେ ତାଙ୍କ ପଛରେ ରହି ଯାଉଥିବା ପରିବାର ଓ ପିଲା ଛୁଆଙ୍କ ଅବସ୍ଥା ଅତ୍ୟନ୍ତ ସଙ୍ଗୀନ ହୋଇଯାଇଛି । ପରିବାର ପୋଷଣ ତଥା ଜୀବନ ସହ ସଂଘର୍ଷରେ ପାଠପଢାରୁ ଦୂରେଇ ଯାଉଛନ୍ତି ବହୁ ଅବୋଧ ଏବଂ ନିରୀହ ଶିଶୁ । ଏଣୁ ଏମାନଙ୍କର ପାଠ ପଢାର ଦାୟିତ୍ୱ ନେବା ପାଇଁ ଆଗେଇ ଆସିଛି ପଦ୍ମପୁରର କିରନ ଫାଉଣ୍ଡେସନ । ଏହି ସାମାଜିକ ଅନୁଷ୍ଠାନ ବହୁ ସମୟରେ ସାମାଜିକ କାର୍ଯ୍ୟମାନେ ଅଂଚଳରେ କରି ଆସୁଥିବା ବେଳେ ବର୍ତ୍ତମାନ ସାରା ରାଜ୍ୟରେ କୌଣସି ବି ସ୍ଥାନରେ କୋଭିଡରେ ମୃତ୍ୟୁ ବରଣ କରିଥିବା ବାପା ମାଁଙ୍କର ଛୁଆଙ୍କର ଗ୍ରାଜୁଏସନ ଯାଏଁ ସମସ୍ତ ପ୍ରକାର ପାଠପଢା, ଖାଇବା, ରହିବା, ପୋଷାକ ଆଦିର ଖର୍ଚ୍ଚ ବହନ କରିବା ପାଇଁ ଆଜି କିରନ ଫାଉଣ୍ଡେସନ ତରଫରୁ ଏକ ପ୍ରେସ ମିଟ୍‌ ମାଧ୍ୟମରେ ଘୋଷଣା କରାଯାଇଛି । ସୂଚନା ଅନୁଯାୟୀ ରାଜ୍ୟର କୌଣସି ବି ସରକାରୀ ସ୍କୁଲ କିମ୍ବା କଲେଜରେ ପଢୁଥିବା ପିଲା ଯଦି କରୋନା ସଙ୍କ୍ରମଣରେ ବାପ ମାଁଙ୍କୁ ହରେଇଛନ୍ତି ତେବେ ତାଙ୍କର ସବୁ ପ୍ରକାର ଖର୍ଚ୍ଚ ବହନ କରିବ ଏହି ଫାଉଣ୍ଡେସନ କିମ୍ବା ଯଦି ସେ ଘରୋଇ ସ୍କୁଲରେ ପାଠ ପଢିବାକୁ ଚାହାନ୍ତି ତେବେ ପଦ୍ମପୁର ପବ୍ଲିକ ସ୍କୁରେ ତାଙ୍କର ପାଠପଢା ପାଇଁ ଫାଉଣ୍ଡେସନ ତରଫରୁ ବ୍ୟବସ୍ଥା କରାଯିବ ବୋଲି ଅନୁଷ୍ଠାନର ସଭାପତି କୃଷ୍ଣ ମୋହନ ପଣ୍ତା, ସଂପାଦକ ଉମେଶ କୁମାର ସାହୁ, ସଦାନନ୍ଦ ପୁରୋହିତ, ଜିତେନ୍ଦ୍ର ଦାସ, କିଶୋର ମେହେର ପ୍ରମୁଖଙ୍କ ଉପସ୍ଥିତିରେ ଘୋଷଣା କରିଛନ୍ତି ।

jittmm
Leave A Reply

Your email address will not be published.