centurian jitm

ଖୁଣ୍ଟ ସମଲେଇରେ ଆଦିବାସୀ ମେଳି ଅଧିକାର ହାସଲ ପାଇଁ ଶାଲିସ ବିହୀନ ସଂଗ୍ରାମ ପାଇଁ ଆଦିବାସୀଙ୍କ ସଂକଳ୍ପ

nschool

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକର ଖୁଣ୍ଟସମଲେଇ ବଜାର ପ୍ରାଙ୍ଗଣରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଆଦିବାସୀ ଝାଙ୍କର ଦେହେରୀ ଆଦିବାସୀ ଦେବାଦେବୀ ଶବରୀ ନାରେନ, ବୁତାଦେଓ ଜଡେନ ସମଲେଇ, ବିନ୍ଧ୍ୟବାସିନୀ, ମାରାନବୁରୁ, ଧରଣୀଦେବୀଙ୍କୁ ପୂଜାର୍ଚନା କରି ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ କରିଥିଲେ । ଗାଁରେ ଆଦିବାସୀଙ୍କ ନୃତ୍ୟ, ଗୀତ, ତାପ, ଡକା ବାଦ୍ୟ ସହିତ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା । ପରେ ଏକ ସଭା, ସଂଘର ବ୍ଲକ ସମ୍ପାଦକ ସାରଥୀ ବାଗଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସମ୍ବିଧାନ ପ୍ରଦତ୍ତ ଉଚ୍ଚଶିକ୍ଷା ଗୁଣାତ୍ମକ ଶିକ୍ଷା ଅଧିକାର, ନିଯୁକ୍ତି ଅଧିକାର, ପଦୋନ୍ନତି ଅଧିକାର, ରାଜନୈତିକ ଅଧିକାର, ଅର୍ଥନୈତିକ ଅଧିକାର ସାଂସ୍କୃତିକ, ପ୍ରଥାଗତ ସାମାଜିକ ଚଳଣି ଅଧିକାର, ଭାଷା, ଧର୍ମ, ଦେବାଦେବୀ ପୂଜା ଅଧିକାର ହାସଲ ପାଇଁ ଶାଲିସ ବିହୀନ ସଂଗ୍ରାମ କରିବାକୁ ଆଦିବାସୀମାନେ ସଂକଳ୍ପ କରିଥିଲେ । ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀମାନଙ୍କ ପାଇଁ ୱାର୍ଡ ମେମ୍ବର ସମିତି ସଭ୍ୟ, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ ସଂରକ୍ଷିତ ପଦବୀ ପାଇଁ ନିଜ ନିଜ ମଧ୍ୟରେ ନ ଲଢି ଆଦିବାସୀ ସମାଜର ବ୍ୟକ୍ତି ମଧ୍ୟରୁ ସଂରକ୍ଷଣ ପଦବୀରେ ଅପ୍ରତିଦ୍ଵନ୍ଦୀ ପ୍ରାଥୀ ଚୟନ କରିବାକୁ ନିଷ୍ପତି କରାଯାଇଥିଲା । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନକଲି ଆଦିବାସୀମାନଙ୍କୁ ଗିରଫ କରିବା ଓ ଆଭିଏକ୍ଟ ଅନୁସାରେ ଆଦିବାସୀମାନଙ୍କୁ ସରକାରୀ ବିଭାଗରେ ନିଯୁକ୍ତି ଦେବା, ଆଦିବାସୀଙ୍କ ଉପରେ ଏଟ୍ରୋସିଟି ନିୟନ୍ତ୍ରଣ କରିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବା, ଗରିବ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଅନ୍‌ଲାଇନ ପାଠପଢା ସୁବିଧା ପାଇଁ ସ୍ମାର୍ଟ ମୋବାଇଲ ଫୋନ ମାଗଣାରେ ପ୍ରଦାନ କରିବା ପାଇଁ ଆଦିବାସୀମାନଙ୍କୁ ସଚେତନ କରିବା ସହିତ ସରକାରଙ୍କୁ ଆଦିବାସୀ ମାନେ ଚେତାବନୀ ଦେଇଥିଲେ । ସଭାରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଜିଲ୍ଲା ସମ୍ପାଦକ ମହେନ୍ଦ୍ରନାଥ ହାନ୍ସଦା, ବ୍ଲକ ସଭାପତି ସନ୍ତୋଷ ପୁଟା, କାର୍ଯ୍ୟକାରୀ ସଭାପତି ବନଲତା ମାଝି, ସମ୍ପାଦକ ଟଙ୍କଧର ଧରୁଆ, ରାଜକିଶୋର ଛତ୍ରିଆ, ମନବୋଧ ବରିଆ, ଖୁଣ୍ଟ ସମଲେଇ ଗୋନ୍ତିଆ, ନିର୍ବିଘ୍ନ ଭୋଇ, ଜଳଧର ଧରୁଆ, ସୁନୀଲ ମାଝି, ଭୁବନ ମାଝି, ନିତ୍ୟାନନ୍ଦ ମାଝି, ଧୁବଲେଶ୍ଵର ଭୋଇ, ଡମ୍ବରୁ ଧରୁଆ, ଜତନ ବୁଡେକ, ଠାକୁର ଭୋଇ, ନଲକୁ ଧରୁଆ, ଦୁର୍ଯ୍ୟୋଧନ ଭୋଇ, ଦନାର ଭୋଇ, ଘନ ଭୋଇ, ଇଶ୍ଵର ମିର୍ଦ୍ଧା, ଦୁଃଖନାଶନ ବିଶ୍ଵାଳ ପ୍ରମୁଖ ମଞ୍ଚାସୀନ ଥିଲେ । ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ ସଭା ପରିଚାଳନ। କରିଥିଲେ ।

Leave A Reply

Your email address will not be published.

error: Content is protected !!