ମହାନାଦପୁର ଗ୍ରାମରେ ଖୋଲିଲା ଧାନମଣ୍ଡି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକର ମହାନାଦପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁରୀଗାଁଠାରେ ମା’ ବୁଢ଼ୀ ଠାକୁରାଣୀ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ଧାନମଣ୍ଡି ଖୋଲିଛି ଏବଂ ବିଧାୟକଙ୍କ ପାଣ୍ଠି ଅନୁଦାନରେ ସ୍ୱୟଂ ସହାୟିକା ମହିଳାଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କ ବଣ୍ଟନର ଶୁଭାରମ୍ଭ କରାଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥୀ ଭାବେ ଯୋଗଦେଇ ଏହି ଦୁଇ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ସିଡିପିଓ ଶ୍ରୀମତୀ କ୍ରିଷ୍ଣା କୁମାରୀ ନନ୍ଦ, ଯୋଗାଣ ନିରୀକ୍ଷକ ଜୟରାମ ଲେଙ୍କା, ସ୍ଥାନୀୟ ଚାଷୀ, ଭଦ୍ରମଣ୍ଡଳୀ ଓ ଗ୍ରାମବାସୀ ବୃନ୍ଦ ଏବଂ ମିଶନ ଶକ୍ତିର ସଦସ୍ୟାମାନେ ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.