jayashree

କ୍ଷେତ୍ରୀୟ ସମାଜ ଗଠନ ନେଇ ଜରୁରୀକାଳୀନ ବୈଠକ ଅନୁଷ୍ଠିତ

କଳା, ସାହିତ୍ୟ, ସଂସ୍କୃତି, ଆମ ଗନ୍ତାଘର, ପ୍ରଥା ପରମ୍ପରା ବଞ୍ଚିଲେ ସମାଜ ବଞ୍ଚିବ : କ୍ଷେତ୍ରୀୟ ସମାଜ

ଵଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଟେଲିଫୋନ ଭବନ ନିକଟସ୍ଥ ରୁଗୁଡିପଡ଼ା ସ୍ଥିତ ଅନୀଲ କୁମାର ଠାକୁରଙ୍କ ବାସ ଭବନ ପରିସରରେ କ୍ଷେତ୍ରୀୟ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବୈଠକରେ କ୍ଷେତ୍ରୀୟ ସମାଜର ପ୍ରଥା ପରମ୍ପରାକୁ ବିଶେଷ ଭାବେ ଗୁରୁତ୍ୱଦେଇ ଆଲୋଚନା ହୋଇଥିଲା । ଆଜିର ଯୁଗ ସହ ଯୁବ ପୀଢ଼ି ଧୀରେ ଧୀରେ ଆମ ସଂସ୍କୃତି, ପ୍ରଥା, ରହଣୀ ସହଣୀ ସହ ପରମ୍ପରାକୁ ଅଣଦେଖା କରି ଗୋଟେ ପ୍ରକାର ନିଷ୍କ୍ରିୟ ନିସ୍ତେଜ ଭାବେ ଜୀବନଯାପନ କରୁଛନ୍ତି । ଫଳରେ ସମାଜର ପ୍ରଥା ପରମ୍ପରା ବିଲୁପ୍ତ ହେବା ଭଳି ପ୍ରସଙ୍ଗକୁ ମଧ୍ୟ ଅଣଦେଖା କରାଯାଇ ନପାରେ । ପୂର୍ବରୁ ସମାଜ କ୍ଷେତ୍ରରେ ଏହାର କୌଣସି ଆବଶ୍ୟକତା ରହୁଁ ନଥିବା ଯୋଗୁଁ ସମାଜ ଗଠନର ଆବଶ୍ୟକତା ରହୁଁନଥିଲା । ସମସ୍ତଙ୍କ ମଧ୍ୟରେ ରହୁଥିଲା ଅଖଣ୍ଡତା ସହ ସମନ୍ୱୟ ସମାନତା । ସମସ୍ତ ପରମ୍ପରା ସହ ଜୀବନ ଶୈଳୀ ରହୁଥିଲା ପାରମ୍ପପାରିକ । ପ୍ରତିଟି କ୍ଷେତ୍ରରେ ପାଳନ ହେଉଥିଲା ଉତ୍ସବ ମହୋତ୍ସବ ପାରମ୍ପପାରିକ ଭାବେ । ଯେମିତି ଜୀବିତ ପାଉଥିଲା କଲା, ସାହିତ୍ୟ, ସଂସ୍କୃତି, ସହ ପ୍ରଥା ପରମ୍ପରା । ଯାହା ଏବେ ଧୀରେ ଧୀରେ ଡିଜିଟାଲ ଯୁଗରେ ଆମେ ସମସ୍ତେ ପାଦ ଦେଇସାରିଲାଣି ଗୋଟେ ପ୍ରକାର ଯଦି କହିବା ତେବେ ସମ୍ପୂର୍ଣ୍ଣ ଡିଜିଟାଲ ଯୁଗରେ ଆମେ ସମସ୍ତେ ଅଭ୍ୟସ୍ଥ । ଫଳରେ ସାହିତ୍ୟ, ସଂସ୍କୃତି, ପ୍ରଥା, ପରମ୍ପରା, କେବଳ କାଗଜ କଲମରେ ଶୋଭାପାଉଛି । ପରସ୍ପର ମଧ୍ୟରେ ସାମଞ୍ଜସ ତ ଦୁରର କଥା ପ୍ରଥା ପରମ୍ପରା କୋଷ ବାଟରେ ରହିଯାଉଛି । ଆମ ଭାରତ ଭୂମିରେ ବାରମାସରେ ତେର ପର୍ବ ପାଳନ ହୋଇଥାଏ । ପ୍ରତ୍ୟେକ ପର୍ବ ପର୍ବାଣୀ ହେଉ କି ସମାଜର ସାମାଜିକ କାର୍ଯ୍ୟ ସମସ୍ତ ସମ୍ପ୍ରଦାୟର ରହିଛି ଭିନ୍ନ ଭିନ୍ନ ପ୍ରଥା ପରମ୍ପରା । ଏକ ସ୍ୱତନ୍ତ୍ର ପରିଚୟ । ଯାହା ମଧ୍ୟରେ ବିଭିନ୍ନ ସମ୍ପ୍ରଦାୟ ତାଙ୍କ ପ୍ରଥା ପରମ୍ପରାକୁ ବଜାୟ ରଖି ଆସିଥାନ୍ତି ଯାହା ବିଗତ ବର୍ଷ ଗୁଡିକରୁ କ୍ଷେତ୍ରୀୟ ସମାଜ ସାମାଜିକ ସମାଜ କାର୍ଯ୍ୟ ପ୍ରଥା ପରମ୍ପରାରୁ ନିଷ୍କ୍ରିୟ ଭାବେ ରହିଆସୁଛି । ଏସବୁ ଆଗାମୀ ଯୁବପୀଢ଼ି ପାଇଁ ସୁ ସଂକେତ ଦେଉନଥିବାବେଳେ ଏହା ଉପରେ ଉତ୍ତମ ପଦକ୍ଷେପ ନେଇ ଆଜିର ବୈଠକରେ କ୍ଷେତ୍ରୀୟ ସମାଜକୁ କେମିତି ସକ୍ରିୟ ଭାବେ ପରିଚାଳିତ ହେବ କ୍ଷେତ୍ରୀୟ ସମାଜର କଳା ସାହିତ୍ୟ, ସଂସ୍କୃତି, ପ୍ରଥା ପରମ୍ପରାକୁ ଜୀବିତ ରଖି ଯୁବପିଢ଼ିଙ୍କ ମଧ୍ୟରେ କେମିତି ସୁଚାରୁରୂପେ ପହଞ୍ଚାଇ ହେବ ତା ଉପରେ ବିଚାର ବିମର୍ଷ କରାଯାଇଥିଲା । ଓ କ୍ଷେତ୍ରୀୟ ସମାଜ ନାମରେ ସାମୁହିକ ସଙ୍ଘଠନ ଗଠନ ହେବା ନେଇ ନିଷ୍ପତ୍ତି କରାଯାଇଥିଲା । ଯାହା ଦ୍ୱାରା ପ୍ରତିଟି କ୍ଷେତ୍ରରେ କ୍ଷେତ୍ରୀୟ ସମାଜ ଯୁବପୀଢ଼ିଙ୍କୁ ନେଇ ବିଭିନ୍ନ ସମାଜର ହିତରେ ବିଭିନ୍ନ କାର୍ଯ୍ୟ କଳାପ ହାତକୁ ନେବା ସହ ସୁସନ୍ଦେଶ ଦେଇ କଳା, ସାହିତ୍ୟ, ସଂସ୍କୃତି ଓ ବିଶେଷ ଭାବେ ବିଲୁପ୍ତ ଭଳି ସ୍ଥିତିରେ ରହିଯାଉଥିବା ସମାଜର ସାମାଜିକ କାର୍ଯ୍ୟକୁ ବଞ୍ଚାଇ ଆଗକୁ ବଢ଼ିବା ନେଇ ସଂକଳ୍ପ ନେଇଥିଲା । ଯାହା ଥିଲା ଆଜିର ବୈଠକର ମୂଳ ଲକ୍ଷ୍ୟ ତଥା ମୁଖ୍ୟ ବିଷୟ ବସ୍ତୁ । ତେବେ ଏହି ବୈଠକରେ କ୍ଷେତ୍ରୀୟ ସମାଜର ବରିଷ୍ଠ ତଥା ଗଣମାନ୍ୟ ୯୯ ବର୍ଷ ବୟସରେ ପଦାର୍ପଣ କରୁଥିବା ବୟସ୍କ ବ୍ୟକ୍ତି ବିନୋଦ ବିହାରୀ ଠାକୁରଙ୍କ ସହ ଅନ୍ୟ ପରିବାର ସଦସ୍ୟ ଅନୀଲ କୁମାର ଠାକୁର, ଅଶୋକ କୁମାର ଠାକୁର, ଗିରିଷ ସିଂହଦେଓ, ଜୟନ୍ତ ଦେଓ, ଉମେଶ ଚନ୍ଦ୍ର ସିଂହଦେଓ, ଗୋପାଳ କୃଷ୍ଣ ସିଂହଦେଓ, ଅକ୍ଷୟ ଠାକୁର, ଅଶ୍ୱିନୀ ଠାକୁର, ଅରୁଣ କୁମାର ଠାକୁର, ବାସୁଦେବ ସିଂହଦେଓ, ଡମ୍ବରୁ ସିଂହଦେଓ, ଗୋଲକ ସିଂହଦେଓ, ରଞ୍ଜନ କୁମାର ଠାକୁର, ସୁଶାନ୍ତ କୁମାର ଠାକୁର, ଗଜାନନ ବେହେରା, ରଶ୍ମିନ କୁମାର ଠାକୁର, ଅଂଶୁମାନ ଠାକୁର, ଅଭିନାଶ ଠାକୁର, ଅଭିଳାଷ ଠାକୁର, ଅଭିଷେକ ଠାକୁର, ଅଭିଜିତ ଠାକୁର, ବାସୁଦେବ ରଥ ଉପସ୍ଥିତ ରହିଥିବା ବେଳେ କ୍ଷେତ୍ରୀୟ ସମାଜର ସଭାପତି ଭାବେ ଅଶୋକ କୁମାର ଠାକୁର ଉପସଭାପତି ଭାବେ ଅନୀଲ କୁମାର ଠାକୁର ସମ୍ପାଦକ ଗିରିଷ ସିଂହଦେଓ କୋଷାଧ୍ୟକ୍ଷ ରଞ୍ଜନ କୁମାର ଠାକୁରଙ୍କୁ ମନୋନୀତ କରାଯାଇଥିଲା ଓ କ୍ଷେତ୍ରୀୟ ସମାଜର ଲିଗାଲ ଏଡ଼ଭାଇଜର ଭାବେ ବରିଷ୍ଠ ଆଇନଜୀବୀ ବାସୁଦେବ ରଥଙ୍କୁ ମନୋନୀତ କରାଯାଇଥିଲା । ତେବେ ଏହି ବୈଠକ ସମସ୍ତଙ୍କ ବ୍ୟକ୍ତିଗତ ମତାମତକୁ ନେଇ ଉଦ୍ଦିଷ୍ଟ ରହିଥିବାବେଳେ ଉପସ୍ଥିତ ଥିବା ସମସ୍ତ ପରିବାର ସଦସ୍ୟ ସଦସ୍ୟା କ୍ଷେତ୍ରୀୟ ସମାଜର ବ୍ୟକ୍ତି ବିଶେଷଙ୍କ ସହମତି ଓ ତାଙ୍କ ସ୍ୱୀକୃତି ପରେ କ୍ଷେତ୍ରୀୟ ସମାଜ ଗଠନ ପ୍ରକିୟା ଆରମ୍ଭ ହୋଇ ଚୟନ ପ୍ରକିୟା ସରିଥିଲା । ଏହି ଅବସରରେ କ୍ଷେତ୍ରୀୟ ସମାଜର ବହୁ ସଂଖ୍ୟାରେ ପରିବାର ସଦସ୍ୟା ସାମିଲ ହୋଇଥିଲେ । ପୁଷ୍ପା ଠାକୁର, ରତ୍ନମାଳା ଠାକୁର, ଝରଣା ଠାକୁର, ରଶ୍ମିରେଖା ଠାକୁର, ରିତାଞ୍ଜଳି ଠାକୁର, ସବିତା ଠାକୁର, ସୌଦାମିନୀ ସିଂହଦେଓ, କନକ ଲତା ସିଂଦେଓ, ସୁଚିତ୍ରା ସିଂଦେଓ, ପଦ୍ମା ସିଂହଦେଓ, ଲିଜା ସିଂହଦେଓ, ସଂଗୀତା ସିଂହଦେଓ, କୃଷପ୍ରିୟା ସିଂ, ରିତା ଠାକୁର, ପ୍ରିୟା ଠାକୁର, ଶିବାନୀ ଠାକୁର, ସୌମ୍ୟା ଠାକୁର, ରଂଞ୍ଜିତା ବେହେରା, ଗୌରୀ ଠାକୁର, ବୈଶାଳୀ ଠାକୁର ଦେବସ୍ମିତା ଠାକୁର ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.