
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସକାଳ ୧୦ଟା ସମୟରେ ଜିଲ୍ଲାସ୍ତରୀୟ ବିଶ୍ୱ ଖାଉଟି ଅଧିକାର ଦିବସ ପାଳନ ଅବସରରେ ଉପନିର୍ଦ୍ଦେଶକ ବୈଧମାପ ବିଜ୍ଞାନ ବିଭାଗ, ବଲାଙ୍ଗିର ଆନୁକୂଲ୍ୟରେ ଏବଂ ଆଦିତ୍ୟ ଏଜୁକେସନାଲ ଓ ଚେରିଟେବୁଲ ଟ୍ରଷ୍ଟ ସହଯୋଗରେ “ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ” ବିଷୟକୁ ନେଇ ଏକ କର୍ମଶାଳା ଯାଦବ ଭବନ, ବଲାଙ୍ଗିରଠାରେ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କର୍ମଶାଳାଟିକୁ ଉଦ୍ଘାଟନ କରିଥିଲେ ବଲାଙ୍ଗିର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ । ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ତୁଳସୀନଗର କାଉନସିଲର ଗଙ୍ଗାରାମ ଚାନ୍ଦ ଏବଂ ଜନ ଶିକ୍ଷଣ ସଂସ୍ଥା ବଲାଙ୍ଗିର ନିର୍ଦ୍ଦେଶକ ସୁଶ୍ରୀ ସଂଘମିତ୍ରା ଜେନା । ସାଧନ କର୍ମୀ ଭାବରେ ଯୋଗଦାନ କରିଥିଲେ ବିଜ୍ଞାନ ସାହିତ୍ୟ ପରିଷଦର ସମ୍ପାଦକ ରାଜେନ୍ଦ୍ର କୁମାର ଶର୍ମା, ବୀଣାପାଣି ଶିକ୍ଷା ସୌଧର ପରିଚାଳନା ନିର୍ଦ୍ଦେଶକ ଅଶୋକ କୁମାର ମେହେର, ବୈଧ ମାପ ବିଜ୍ଞାନ ବିଭାଗର କ୍ଷୀତିଶ ରଞ୍ଜନ ଦାଶ, ସୁବାଷ ଚନ୍ଦ୍ର ଭୋଇ ଏବଂ ମାର୍କେଟିଂ ଇଣ୍ଟେଲିଜେନସ୍ର ଜ୍ୟୋତି ପ୍ରକାଶ ଦାଶ । ଉପସ୍ଥିତ ଅତିଥି ଓ ସାଧନକର୍ମୀ ବୃନ୍ଦ ଅଂଶଗ୍ରହଣକାରୀଙ୍କ ଖାଉଟି କିଏ, ଖାଉଟିର ଅଧିକାର ଏବଂ ତା’ର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ବୁଝାଇଥିଲେ । ସାଧନକର୍ମୀ ଶ୍ରୀ ଶର୍ମା ଅଂଶଗ୍ରହଣକାରୀଙ୍କୁ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ ବିଷୟରେ ଅବଗତ କରାଇଥିଲେ । ଏତଦ୍ ବ୍ୟତୀତ ଶ୍ରୀ ମେହେର ସେମାନଙ୍କୁ ସଠ ବ୍ୟବସାୟୀଙ୍କଠାରୁ ସତର୍କ ରହି କିଣା ବିକା ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଶ୍ରୀ ଦାଶ ବୈଧ ମାପ ବିଜ୍ଞାନ ବିଭାଗର କାର୍ଯ୍ୟ ପରିସର, ପରିଚାଳନା ଏବଂ କର୍ମଚାରୀମାନଙ୍କ ଦାୟିତ୍ୱ ଉପରେ ଆଲୋଚନା କରି ବିଭିନ୍ନ ମାପର ଏକକ ଗୁଡାକୁ ପ୍ରଦର୍ଶିତ କରିଥିଲେ । ଜ୍ୟୋତି ପ୍ରକାଶ ସେମାନଙ୍କୁ ସରକାରଙ୍କ ଖାଉଟି ବିଭାଗର କାର୍ଯ୍ୟକାରିତା ଉପରେ ବୁଝାଇଥିଲେ । କର୍ମଶାଳାରେ ବଲାଙ୍ଗିର ତଥା ଏହାର ଆଖପାଖ ଅଂଚଳର ପ୍ରାୟ ୬୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ଡଲି ମିଶ୍ର ଏବଂ ଏଥିରେ ସହଯୋଗ କରିଥିଲେ ଶଙ୍କର୍ଷଣ ତ୍ରିପାଠୀ, ବିଭୁଦତ୍ତ ଶତପଥି ପ୍ରମୁଖ । ଧନ୍ୟବାଦ ଅର୍ପଣ କରିଥିଲେ ସ୍କୋପ ଅନୁଷ୍ଠାନର ସଂପାଦକ ଏସ୍. କିରନ୍ ।