ଖପ୍ରାଖୋଲ ବିଡ଼ିଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଖପ୍ରାଖୋଲ, (ଅଶୋକ ବାଗ) : ଆଜି ଅପରାହ୍ନରେ ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସରପଞ୍ଚ ସଂଘର ସଦସ୍ୟମାନଙ୍କ ପକ୍ଷରୁ ପୁଷ୍ପଗୁଛ ଏବଂ ଉପଢୌକନ ଦେଇ ଶ୍ରୀ ରାଉତଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଖପ୍ରାଖୋଲ ସରପଞ୍ଚ ସଙ୍ଘ ସଭାପତି ସିମାଞ୍ଚଳ ପୁରୋହିତଙ୍କ ନେତୃତ୍ୱରେ ସମସ୍ତ ଉପସ୍ଥିତ ସରପଞ୍ଚ ମାନଙ୍କ ଗହଣରେ ଶ୍ରୀ ରାଉତଙ୍କ ଖପ୍ରାଖୋଲ ବ୍ଲକରେ ବିଗତ ଦିନର କାର୍ଯ୍ୟଶୈଳୀ ବିଷୟରେ ଆଲୋଚନା କରାଯାଇଥିଲା । ଏଥି ସହିତ ଖପ୍ରାଖୋଲ ବ୍ଲକର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କଠାରୁ ପ୍ରଶଂସା ପତ୍ର ପାଇଥିବା ଶ୍ରୀ ରାଉତ ନିଜର କର୍ମ ଜୀବନୀ ଉପରେ ଆଲୋକପାତ କରିଥିଲେ । ସେ ଏକାଧାରରେ ସଂପୃକ୍ତ ଅଞ୍ଚଳରେ ଜଣେ ଦକ୍ଷ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଜଣାଶୁଣା ହୋଇଥିବା ବେଳେ ତାଙ୍କ କାର୍ଯ୍ୟକାଳ ସମୟରେ ଖପ୍ରାଖୋଲରେ ହୋଇଥିବା ଲୋକ ମହୋତ୍ସବ ଐତିହାସିକ ହୋଇଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଖପ୍ରାଖୋଲ ବ୍ଲକରେ ଦୀର୍ଘ ୧ ବର୍ଷ ୯ମାସ ଚାକିରି ଜୀବନ କାଳରେ ସମସ୍ତଙ୍କର ଅତି ପ୍ରିୟ ସାଜିଥିବା ଶ୍ରୀ ରାଉତଙ୍କ ଭୁବନେଶ୍ୱର ସିଏମଓ କାର୍ଯ୍ୟାଳୟକୁ ବଦଳି ହୋଇଛି । ଏ ନେଇ ସମଗ୍ର ଖପ୍ରାଖୋଲ ଅଞ୍ଚଳବାସୀ ମ୍ରିୟମାଣ ଥିବା ବେଳେ ତାଙ୍କର ଆଗାମୀ ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି କାମନା କରିଛି ଖପ୍ରାଖୋଲ ସରପଞ୍ଚ ସଙ୍ଘ ।

Leave A Reply

Your email address will not be published.