ଖପ୍ରାଖୋଲ ମଣ୍ଡିରୁ ୧୬୧ କ୍ୱିଣ୍ଟାଲ ଧାନ ଉଠିଲା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲସ୍ଥିତ କୃଷି ସମବାୟ ସମିତିରେ ଆଜି ଚାଷୀଙ୍କ ଧାନ ଉଠିବା ଆରମ୍ଭ ହୋଇଥିବା ଜଣା ପଡିଛି । ସୋମବାର ୩ ଜଣ ଚାଷୀଙ୍କ ୩୭୭ ପ୍ୟାକେଟ ଧାନ କିଣାଯାଇଛି । ଯେଉଁ ଚାଷୀମାନଙ୍କ ଧାନ ଅମଳ ହୋଇ ବେଶୀ ପରିମାଣରେ ଅଛି ସେମାନଙ୍କ ଟୋକନ ଜାନୁଆରୀରୁ ଫେବୃଆରୀ ମାସରେ ଥିବାବେଳେ ଯେଉଁ ଚାଷୀମାନଙ୍କ ଟୋକାନ ପ୍ରଥମେ ଅଛି ସେମାନଙ୍କ ଧାନ ଅମଳ ସରିନାହିଁ । ଏହାକୁ ନେଇ ସ୍ଥାନୀୟ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀମାନେ ଉପସ୍ଥିତ ରହି ଧାନର ମାନ ଯାଞ୍ଚ କରିବା ସହ ଧାନର ଆଦ୍ରତା ପରୀକ୍ଷା କରିଥିଲେ । ଭଲ ମାନର ଧାନ ଆଣିବାକୁ ଚାଷୀମାନଙ୍କୁ ଖପ୍ରାଖୋଲ କୃଷି ସମବାୟ ସମିତିର ସମ୍ପାଦକ ଶ୍ରୀପତି ଭୋଇ ପରାମର୍ଶ ଦେଇଥିଲେ । ଖପ୍ରାଖୋଲ କୃଷି ସମବାୟ ସମିତିର ସଭାପତି ଗୁଣମଣୀ ଭୋଇ, ଧାନ କ୍ରୟ କମିଟିର ସଦସ୍ୟ ଜୟକୃଷ୍ଣ ସାହୁ, ମୋହନ ସୁନା, ତରଣୀ ସାହୁ, ରାଜାରାମ ବେହେରା, ଜେନାମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.