jayashree

ପୁଣି ବୁଲିଲା ଖଣ୍ଡା, ଜଣେ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ତାଲପାଲିପଡାରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଅଜିତ ନନ୍ଦ । ସୂଚନା ଅନୁସାରେ ଅଜିତ ତାଲପାଲିପଡା ସ୍ଥିତ ତାଙ୍କ ବଡ଼ ଭଉଣୀଙ୍କ ଘରକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ପ୍ରାୟ ୮ ଜଣ ଦୃବୁର୍ତ୍ତ ମିଶି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଅଜିତଙ୍କୁ ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲକୁ ଅଣାଯାଇଥିଲା । ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ଆକ୍ରମଣ କରାଯାଇଥିବା ବେଳେ ସେମାନେ ନିଶାସକ୍ତ ଅବସ୍ଥାରେ ଆକ୍ରମଣ କରିଥିବା ଅଜିତ କହିଛନ୍ତି । ଆକ୍ରମଣକାରୀଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଅଜିତ ଓ ତାଙ୍କର ପରିବାର ଲୋକେ ଦାବୀ କରିଛନ୍ତି । ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ଅଧିକ ତଦନ୍ତ କରିଥିବା ବେଳେ ଅଜିତ ଅଧିକ ଗୁରୁତର ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.