‘ଏକ ଭାରତ ଶ୍ରେଷ୍ଠ ଭାରତ’ରେ ଖାଦ୍ୟ ପର୍ବ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିକାଶ ଶିକ୍ଷାନୁଷ୍ଠାନ ସମୂହର ପରିସରରେ ଆଜି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଶୀର୍ଷକରେ ଏକ ଜ୍ଞାନ ମେଳା ଓ ଖାଦ୍ୟ ପର୍ବ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ କୃତିବାସ ରାଉତ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଏଥିରେ ୧୨ଟି ରାଜ୍ୟର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନ, ସାଂସ୍କୃତିକ ବିଭବର ଆଦାନ ପ୍ରଦାନ ହେଉଛି । ସେହିପରି ଛାତ୍ରଛାତ୍ରୀଙ୍କ ବିଭିନ୍ନ ଖାଦ୍ୟ ଷ୍ଟଲରେ ବିଭିନ୍ନ ପ୍ରାନ୍ତର ସୁସ୍ୱାଦୁ ଖାଦ୍ୟ ମିଳୁଛି । ଏହାକୁ ବିକାଶ ଆବାସିକ ବିଦ୍ୟାଳୟ ଓ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆୟୋଜନ କରିଛନ୍ତି । ଉତ୍ସବରେ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡି. ମୂରଲୀ କ୍ରିଷ୍ଣା, ପରିଚାଳନା ନିର୍ଦ୍ଦେଶକ ଭାସ୍କର ରାଓ, ନିର୍ଦ୍ଦେଶକ ଡି. ନାଗେଶ୍ଵର ରାଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!