ଜୋରସୋରରେ ଚାଲିଛି ଖଡ଼ିଆଳ ମହୋତ୍ସବ ପାଇଁ ପ୍ରସ୍ତୁତି : ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱାରୋପ

ନୂଆପଡା, (ନିରାକାର ମେହେର) : ଚଳିତ ବର୍ଷ ଖଡ଼ିଆଳ ମହୋତ୍ସବ ଆୟୋଜନ ଜୋରସୋରରେ ଚାଲିଥିବା ବେଳେ ଡେଢରୁ ଦୁଇ ସହ ଷ୍ଟାଲ ପଡ଼ିବାର ବ୍ୟବସ୍ଥା ହୋଇଛି । ମହୋତ୍ସବ ପାଞ୍ଚ ଦିନ ଧରି ହେବାକୁ ଥିବା ବେଳେ ଏଥିରେ ସ୍ଥାନୀୟ ଲୋକକଳା ଓ ସଂସ୍କୃତି ପରମ୍ପରା ନୃତ୍ୟ ସହ ରାଜ୍ୟ ତଥା ପଡୋଶୀ ରାଜ୍ୟର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ସେଥିପାଇଁ କଳାକାର ମାନେ ଜୋରସୋର ପ୍ରସ୍ତୁତି କରୁଛନ୍ତି । ମଣିପୁର, ଆସାମ, ଛତିଶଗଡ ପ୍ରଭୁତି ରାଜ୍ୟର ଲୋକକଳା ସବୁ ମହୋତ୍ସବରେ ପ୍ରଦର୍ଶନ କରିବେ । ଶେଷ ରାତ୍ରିରେ ଖ୍ୟାତିନାମା ଗାୟକ ଉଦିତ ନାରାୟଣ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମଞ୍ଚ ପ୍ରସ୍ତୁତି ଦୟିତ୍ୱ ଅମିତ ମେହେରଙ୍କୁ ଦିଆଯାଇଛି । ରାଣୀପୁର ଝରିଆଲର ପ୍ରସିଦ୍ଧ ଚଉଷଠି ଯୋଗିନୀ ମନ୍ଦିର ସମେତ ଇନ୍ଦ୍ରଲାଟ ମନ୍ଦିର, ବୁଦ୍ଧି କୋମନା ମନ୍ଦିର, ସମଲେଶ୍ୱରୀ ମନ୍ଦିର ଆଦିରେ ଖଡ଼ିଆଳ ମହୋତ୍ସବର ସାଂସ୍କୃତିକ ମଞ୍ଚ ତିଆରି କରାଯାଇଛି । ଏ ବର୍ଷ ସାଂସ୍କୃତିକ ମଞ୍ଚର ଉଚ୍ଚତା ୧୨୦ ଫୁଟ୍‌ ରହିବ ଯାହାକି ଏହି ବର୍ଷର ରେକଡ଼ ବୋଲି କୁହାଯାଇଛି । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ନୂଆପଡା ଆରକ୍ଷୀ ଅଧିକ୍ଷକ ରଘୁବେନ୍ଦ୍ର ଗୁଣ୍ଡୁଳା ନିଜେ ଆସି ମହୋତ୍ସବ ପରିଦର୍ଶନ କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ୭ ପ୍ଲାଟୁନ ଫୋର୍ସ ମୁତୟନ ହେବାର ବ୍ୟବସ୍ଥା ଥିବା ବେଳେ ଟ୍ରାଫିକର ବ୍ୟବସ୍ଥା ମଧ୍ୟ କରାଯାଇଛି ।

Leave A Reply

Your email address will not be published.

error: Content is protected !!