ଚାଲିଗଲେ ବିଶିଷ୍ଟ ଗାନ୍ଧୀବାଦୀ ଓ ‌ସ୍ୱାଧୀନତା ସଂଗ୍ରାମୀ କେଦାରନାଥ ଜେନା

ଭୁବନେଶ୍ୱର : ଗତକାଲି ରାତି ୧୧ଟା ୧୫ମିନିଟରେ ବିଶିଷ୍ଟ ଗାନ୍ଧୀବାଦୀ, ସ୍ବାଧୀନତା ସଂଗ୍ରାମୀ କେଦାରନାଥ ଜେନା ଚାଲିଗଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । କେଦାରନାଥଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରେତଙ୍ଗ ନିକଟ ବ୍ରହ୍ମକୁଣ୍ଡଳ ଗାଁରେ । ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ବଡ଼ପୁଅ ବିଚ୍ଛନ୍ଦ ଚରଣ ଜେନା ମୁଖାଗ୍ନି ଦେଇଥିଲେ । ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.