ppurohit

କଳିଙ୍ଗ ବୈଶ୍ୟ ମହିଳା ସଂଘ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

2nd

ରାଉରକେଲା, (ସସ୍ମିତା ପ୍ରଧାନ) : “ବୃକ୍ଷ ହିଁ ଜୀବନ, ବୃକ୍ଷ ହିଁ ମିତ୍ର ଏବଂ ବୃକ୍ଷ ହିଁ ଦେବତା “ଏହି ଚେତନା ମଣିଷ ଭିତରେ ଅପସରି ଯାଉଛି । ହୁଏତ ତାରି ପରିଣତି ମଣିଷଙ୍କୁ ଭୋଗିବାକୁ ପଡୁଛି, ଯେଉଁଭଳି ଭାବରେ ତାପମାତ୍ରା ବଢ଼ିବାରେ ଲାଗିଛି । ଏହି ଚେତନାକୁ ପୁନଃ ଜାଗ୍ରତ କରିବା ପାଇଁ ଏକ ଛୋଟ ପ୍ରୟାସ କରିଛନ୍ତି କଳିଙ୍ଗ ବୈଶ୍ୟ ମହିଳା ସଂଘ କର୍ମକର୍ତ୍ତାମାନେ । ସଂଘର ସଭାନେତ୍ରୀ ଶୁଭଲକ୍ଷ୍ମୀ ପାତ୍ର, ଉପ ସଭାନେତ୍ରୀ ପି. ଅନିତା, ସମ୍ପାଦିକା ସୁଚିତ୍ରା ସୁବୁଦ୍ଧି, ଯୁଗ୍ମ ସମ୍ପାଦିକା ସ୍ବପ୍ନା ପାତ୍ର, କୋଷାଧକ୍ଷା ଶ୍ରୁତିରାଣୀ ପାତ୍ର ଏବଂ ମହିଳା ମହାସଂଘର ଯୁଗ୍ମ ସମ୍ପାଦିକା ରଶ୍ମିତା ଚୌଧୁରୀ ଓ ମହିଳା ସଂଘର ସିପ୍ରାଞ୍ଜଳି ରାଜୁ, ରାଜଲକ୍ଷ୍ମୀ ସେନାପତି, ରୀନା ପାତ୍ର, ଶିବଲକ୍ଷ୍ମୀ ପୃଷ୍ଟି, ସନ୍ଧ୍ୟାରାଣୀ ଚୌଧୁରୀ, ପ୍ରିୟା ପାତ୍ର, ରାଜେଶ୍ୱରୀ ସେନାପତି, ପଦ୍ମିନୀ ସୁବୁଦ୍ଧି, ସ୍ଵର୍ଣ୍ଣପ୍ରଭା ସୁବୁଦ୍ଧି, ଜୟଲକ୍ଷ୍ମୀ ସେନାପତି, ରଞ୍ଜିତା ସେନାପତି, ରେଖାରାଣି ସେନାପତି, ସଂଯୁକ୍ତା ପାତ୍ର, ମହାଲକ୍ଷ୍ମୀ ପାତ୍ର, ଟୀ.ଅମିତା, ସଂଯୁକ୍ତା ସୁବୁଦ୍ଧି, ଚାନ୍ଦିନୀ ପାତ୍ର, ସ୍ନେହଲତା ପୃଷ୍ଟି ପ୍ରମୁଖ କଳିଙ୍ଗ ବୈଶ୍ୟ ମହିଳା ସଂଘ ସଦସ୍ୟମାନେ ବୃକ୍ଷରୋପଣ କରି ସମାଜକୁ ସଚେତନ ତାର ଏକ ବାର୍ତ୍ତା ଦେଇଛନ୍ତି । ବ୍ୟାସଦେବ ବିଦ୍ୟା ମନ୍ଦିର, ବାସନ୍ତୀ କଲୋନୀ , ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବିଭିନ୍ନ ପ୍ରକାରର ଫଳ ମୂଳ ଓ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଶେଷରେ ସ୍କୁଲର ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ । ସ୍କୁଲ ଛାତ୍ରଛାତ୍ରୀମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.