ଝରଣିପାଲି ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରଣିପାଲି ଭୁଆଁସେନ ଡ଼ଙ୍ଗରଠାରେ ଗ୍ରାମ ପଂଚାୟତ, ବ୍ଲକ କୃଷି ବିଭାଗ ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଆଗଲପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି, ବ୍ଲକ କୃଷି ଅଧିକାରୀ ଆଶିଷ କୁମାର ପାଣିଗ୍ରାହୀ, ବ୍ଲକ ଅଧକ୍ଷା ଗୀତାଞ୍ଜଳି ଦାଶ, ଝରନିପାଲି ସରପଞ୍ଚ ସୁନିତା ସାହୁ, ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ସମ୍ପାଦକ ପ୍ରଶାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ପରିବେଶ ପ୍ରଦୂଷିତ ହେବା ଦ୍ୱାରା ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ଫଳରେ ପରିବେଶକୁ ଠିକ ରଖିବା ପାଇଁ ବିଭିନ୍ନ ସ୍ତରରେ ଜନ ସଚେତନତା କରାଯିବା ସହିତ ବୃକ୍ଷରୋପଣର ଆବଶ୍ୟକତା ରହିଛି । ପ୍ରତିବର୍ଷ କିଭଲି ଅଧିକରୁ ଅଧିକ ପରିମାଣରେ ଗଛ ଲଗାଯାଇ ତାହାର ଉପଯୁକ୍ତ ଯତ୍ନ ନିଆଯାଇ ପାରିବ, ସେ ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଝରଣିପାଲି ପଂଚାୟତର ଗାଁ ଗୁଡିକର ମହିଳା ସଂଘ, ଯୁବଚାଷୀ ତଥା କିଶୋରୀମାନେ ଅଂଶଗ୍ରହଣ କରିବା ସହିତ ପ୍ରାୟ ୨୨୦ଟି ଲିମ୍ବ ଓ କରଞ୍ଜ ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି ପରିଚାଳନା କରିଥିବା ବେଳେ କୃଷି ବିଭାଗ ଏଟିଏମ୍ ହରିହର ହଂସ, ଭିଏଡବ୍ଲୁ ବସନ୍ତ ଛୁରିଆ, ବୈକୁଣ୍ଠ ଜଗତ, କୃଷକ ସାଥି ଅଚ୍ୟୁତାନନ୍ଦ କୁମ୍ଭାର, ମନୋଜ ପଧାନ, ମହେନ୍ଦ୍ର ପଧାନ, ପଲ୍ଲୀ ଆଲୋକ ପାଠାଗାରର ପିଣ୍ଟୁ ପଧାନ, ରଞ୍ଜନ ମହାଲିଙ୍ଗ, ସୁଶାନ୍ତ ସା, ପ୍ରଶାନ୍ତ କୁଅଁର, ନମିତା, ବର୍ଷା ଯୁଆଡ଼ି, ଆଶିଷ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.