ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମର ସପ୍ତାହବ୍ୟାପୀ ବନମହୋତ୍ସବ କର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ସହରର ବିଭିନ୍ନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକ, ସାଧାରଣ ସମ୍ପାଦକ ଅନିଲ କୁମାର ଦାଶ ଓ ଆବାହକ ହରିହର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୧୧ତାରିଖ ଦିନ ମ୍ୟୁନିସିପାଲ ସରକାରୀ ଉଚ୍ଚବିଦ୍ୟାଳୟ ପାନପୋଷଠାରେ ପ୍ରଧାନ ଶିକ୍ଷୟତ୍ରୀ ସୁବାସୀ ଟପ୍ନୋଙ୍କ ସଭାପତିତ୍ୱରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବନମହୋତ୍ସବ ଓ ବୃକ୍ଷ ରୋପଣ ସମ୍ପର୍କିତ ତର୍କ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସ୍ମିତା ମହାନ୍ତି, ପ୍ରତିଭା ସ୍ୱାଇଁ, ସାଧନା ପ୍ରସାଦ, ଏସକେଏମଏମ ହୁସେନ, ସୁନିତା ରାଣୀ ପ୍ରଧାନ, ସବିତା ମିଶ୍ର ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ ତଥା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ୧୨ ତାରିଖ ଦିନ ଛେଣ୍ଡ ସ୍ଥିତ ହାଉସିଂ କଲୋନୀ ସରକାରୀ ଉଚ୍ଚବିଦ୍ୟାଳୟଠାରେ ବନମହୋତ୍ସବ, ବୃକ୍ଷ ରୋପଣ ଓ ତର୍କ ପ୍ରତିଯୋଗିତା କରାଯାଇଥିଲା । ତର୍କରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଅମର ନାଥ ମିଶ୍ରଙ୍କ ସଭାପତିତ୍ୱରେ, ବରିଷ୍ଠ ଶିକ୍ଷକ ଲକ୍ଷ୍ମୀଧର ପତି, ସମୀକ୍ଷା ତ୍ରିପାଠୀ, ମନସ୍ୱିନୀ ଦାସ, ଜୟନ୍ତୀ ରାଉତ, ଜିତେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ ତଥା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।୧୫ ତାରିଖ ଦିନ ଛେଣ୍ଡ ପବ୍ଲିକ ସ୍କୁଲ ଠାରେ ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ରଥଙ୍କ ସଭାପତିତ୍ୱରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ ତଥା ତର୍କ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ମିଶ୍ର, ଉମାକାନ୍ତ ସାହୁ, ଏସ୍ ସି ଘୋଷ, ଅନୁରାଧା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଆଜି ଅର୍ଥାତ୍ ଛେଣ୍ଡ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ପ୍ରଧାନ ଶିକ୍ଷୟତ୍ରୀ ତନୁଶ୍ରୀ ମହାନ୍ତିଙ୍କ ସହ ଶିକ୍ଷୟିତ୍ରୀ ନଳିନୀପ୍ରଭା ମିଶ୍ର ଓ କଳାବତୀ ତନ୍ତୀ, ଶକୁନ୍ତଳା ମନ୍ଦୋଦରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ବିଭିନ୍ନ ଦିନମାନଙ୍କରେ ବସୁଧୈବ କୁଟୁମ୍ବକମର ସଭାପତି ବିଜୟ ଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ଅନୀଲ କୁମାର ଦାଶ ଓ କାର୍ଯ୍ୟକ୍ରମର ଆବାହକ ହରିହର ଶତପଥୀଙ୍କ ଆବାହକତ୍ଵରେ ଆୟୋଜିତ ଏହି ସମସ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଆରଏସପିର ପ୍ରାକ୍ତନ ମହାପ୍ରବନ୍ଧକ ଇଂ ଅଭୟ କୁମାର ଦାସ, ଇଂ ଅଜିତ ମୋହନ ପୁଜାରୀ, ଡ ମୀନତି ପଣ୍ଡା, ଜୟଶ୍ରୀ ଦାସ, ମନୋରଞ୍ଜନ ଦାଶ, କୁଞ୍ଜବିହାରୀ ରାଉତ, ସହ ପ୍ରବନ୍ଧକ ସୁବାସ ମହାପାତ୍ର, ପ୍ରସନ୍ନ କୁମାର ସାବତ, ପ୍ରଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ, ପ୍ରାକ୍ତନ ଶିକ୍ଷାଧିକାରୀ ରଶ୍ମି ବାଳା ରାଉତରାୟ, ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ବିଜୟିନୀ ଜେନା ପ୍ରମୁଖ ଯୋଗଦେଇ ଆଶ୍ରିବଚନ ସହ ବନମହୋତ୍ସବର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସଚ୍ଚିକାନ୍ତ ବିଶ୍ୱାଳ ଓ ସୂର୍ଯ୍ୟନାରାୟଣ ପଣ୍ଡା, ମହାଦେବ ମାଝୀ ପ୍ରମୁଖ ସହଯୋଗ କରିଥିଲାବେଳେ ଶେଷରେ ଆବାହକ ଶ୍ରୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Prev Post