sss
lll

ତ୍ରିଦିବସୀୟ ଆଧ୍ୟାତ୍ମିକ କଥାମୃତ ରାସ ପଞ୍ଚାଧ୍ୟାୟୀ ସମାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ତରଫରୁ ତ୍ରିଦିବସୀୟ ଆଧ୍ୟାତ୍ମିକ କଥାମୃତ ରାସ ପଞ୍ଚାଧ୍ୟାୟୀ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ମୁଖ୍ୟ ଇଂ ଆଲୋକ ରଞ୍ଜନ ମଲ୍ଲିକଙ୍କ ଆବାହକତ୍ୱରେ କୋଏଲ ନଗର ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି କଥାମୃତ କାର୍ଯ୍ୟକ୍ରମରେ ଡ଼ଃ. କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗଦେଇ ରାସ ପଞ୍ଚାଧ୍ୟାୟୀ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ଡ଼ଃ. ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ ୭ଟି ସାହି ସ୍ନାନ, ଭାରତୀୟ ପରମ୍ପରାରେ ୭ ପାଦ କଥା, କାମଦେବର ଶରଦକୁ ନଷ୍ଟ କରିବା ପାଇଁ ରସ ପଜ୍ଞଧ୍ୟାୟୀ ପଠନ, ଶ୍ରବଣର ଆବଶ୍ୟକତା, ଦ୍ୱିତୀୟ ଦିବସରେ ଜନ୍ମାଷ୍ଟମୀ କିପରି ପ୍ରକଟାଷ୍ଟମୀ, ଶ୍ରୀ ଜଗନ୍ନାଥ କିପରି ଅମନା, ମାୟାର ଦୁଇଟି ଅର୍ଥ ବନ୍ଧନ ଓ କୃପା, ଶବ୍ଦ କିପରି ବ୍ରହ୍ମଙ୍କ ଦ୍ୱିତୀୟ ସ୍ବରୁପ ଓ ତୃତୀୟ ଦିବସରେ ଗୋପୀ ମାନଙ୍କ ସହ ଭଗବାନଙ୍କ ଲୀଳା ସହ ମାୟାର ଦୁଇଟି ଅର୍ଥ ସହ ପ୍ରତ୍ୟେକ ବ୍ୟକ୍ତିର ୧୦ଟି ସମ୍ପର୍କର ସୂତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହାକୁ ଶ୍ରବଣ କରିବା ପାଇଁ ପ୍ରତ୍ୟହ ସନ୍ଧ୍ୟାରେ ଶତାଧିକ ବିଭୁ ପ୍ରେମୀଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ରସାଣିତ କରିଥିଲା । ଶେଷରେ କାର୍ଯ୍ୟକ୍ରମର ମୁଖ୍ୟ ଇଂ ଆଲୋକ ରଞ୍ଜନ ମଲ୍ଲିକ ସମସ୍ତ ଶ୍ରୋତାଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ହାରମନିଅମରେ ସୁଶ୍ରୀ ସୁନିତା ବେହୁରା ଓ ତାବଲାରେ ଗୁରୁ ଜଗନ୍ନାଥ ଦାସ ସଂଗତ ଦେଇଥିଲେ । ସହରର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଖପାଖ ଅଞ୍ଚଳରୁ ବହୁ ଶ୍ରୋତା ଯୋଗଦେଇ ଏହାକୁ ଉପଭୋଗ କରିବା ସହ ପ୍ରସାଦ ସେବନ କରିଥିଲେ ।

Leave A Reply

Your email address will not be published.