ସଲେଭଟା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁରରେ କାର୍ତ୍ତିକ ମାସ ପଞ୍ଚୁକ ଉପଲକ୍ଷେ ଶ୍ରୀମଦ୍ଭାଗବଦ୍ ଜ୍ଞାନ କଥାମୃତ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରର ପାଖରେ ଅନୁଷ୍ଠିତ ହୋଇଛି । ଗତ ତା. ୩୦ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ବୃନ୍ଦାବନର ଆଚାର୍ଯ୍ୟ ବାଳମୁକୁନ୍ଦଜୀ ମହାରାଜ ଶ୍ରୀମଦ୍ଭାଗବଦ୍ କଥାମୃତ ପ୍ରବଚନ ପ୍ରଦାନ କରୁଛନ୍ତି । ଆଜିର କଥାମୃତ ଗୋପଷ୍ଟମୀରୁ କାତ୍ର୍ତ୍ତିକ ପୂଣ୍ଣମୀ ପର୍ଯ୍ୟନ୍ତ “ଭାଗବତ ପ୍ରଚାର ପ୍ରସାର ସମିତି”ଙ୍କ ଭବ୍ୟ ଆୟୋଜନରେ ଅଂଚଳର ମଙ୍ଗଳ କାମନା ପାଇଁ ବ୍ୟାସରେ “ଆଚାର୍ଯ୍ୟ ଶ୍ରୀ ବାଲମୁକୁନ୍ଦ ଜୀ ମହାରଜ, ଶ୍ରୀଧାମ ବୃନ୍ଦାବନ”ଙ୍କ ଶ୍ରୀମୁଖରୁ ଭାଗବତ କଥା କରାଇବା ପ୍ରୟାସରେ ସୁନ୍ଦର ରୂପେ ହେବା ବେଳେ ଆଜି କୃଷ୍ଣଙ୍କ ବାଲ୍ୟଲୀଳା ସହିତ ଗୋବର୍ଦ୍ଧନ ପୂଜାର କଥା ପ୍ରସଙ୍ଗ ହେଉଥିଲା । ଏଥିରେ ମୁଖ୍ୟ ଅତିଥି ନିମନ୍ତ୍ରିତ ମହନ୍ତ ଅଭଦ ବିହାରୀ ଦାସ – ଗୋପାଳଜୀ ମଠ ଆଗଲପୁର ଏବଂ ସନ୍ଥ ଗୋବିନ୍ଦ ଦାସ -ଗୋପାଳଗୁରୁ ଆଶ୍ରମ ଯାମପାଲି ପହଞ୍ଚି ହେଉଥିବା ଭାଗବତ ଆୟୋଜନକାରୀଙ୍କୁ ସାଧୁବାଦ କହିବା ସହିତ ଅଂଚଳର ନିଶ୍ଚୟ ମଙ୍ଗଳ ହେବ କହି ଆଶୀର୍ବାଚନ ଶୁଣାଇଥିଲେ । ଏହି ପଞ୍ଚମ ଦିବସରେ ନିମନ୍ତ୍ରିତ “ବ୍ରାହ୍ମଣ ସମାଜ, ଆଗଲପୁର ବ୍ଲକ ସ୍ତରୀୟ ସଭାପତି ମୁକୁନ୍ଦ ନାୟକ ଏବଂ ସମ୍ପାଦକ ବିରାଜ ନନ୍ଦ ପାଢ଼ୀ, ଆବାହକ ମଞ୍ଜି କୁମାର ତ୍ରିପାଠୀ ପ୍ରମୁଖ କର୍ମକର୍ତ୍ତାଙ୍କ ସହିତ ପହଂଚି ବ୍ୟାସପୀଠରୁ ଆଶୀର୍ବାଦ ଗ୍ରହଣ କରିଥିଲେ ।