oom

ବନ ବିଭାଗର ଚଢାଉ : ବିପୁଳ ପରିମାଣର କାଠ ଜବତ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଏବଂ ଲୋଇସିଂହା ରେଞ୍ଜର କର୍ମଚାରୀମାନେ ମିଳିତ ଭାବେ ଗତକାଲି ବାଗପାଲି ଗ୍ରାମ ଏବଂ ବାଞ୍ଜିପାଲି ଗ୍ରାମରେ ଚଢାଉ କରିଛନ୍ତି । ଉଭୟ ସ୍ଥାନରେ ଚଢାଉ ବେଳେ ଦଳ ପକ୍ଷରୁ ଶାଗୁଆନ ସାଇଜ୍- ୩୫ଟି, ଶାଲ୍ ସାଇଜ୍- ୨୮ଟି, ମିସ୍ ସାଇଜ୍-୪୧ଖଣ୍ଡ, ଶାଗୁଆନ ଲଗ୍- ୩୮ ନଂ ଜବତ କରାଯାଇଛି ଏବଂ କଟା ଅବଶିଷ୍ଟ ସହିତ ୫ କ୍ୱିଣ୍ଟାଲ ବିଭିନ୍ନ ଜାଳେଣି କାଠ ଜବତ ହୋଇଥିବା ସୂଚନା ମିଳିଛି । ପ୍ରଚଳିତ ଆଇନ ଅନୁଯାୟୀ ବାଗପାଲି ଗାଁର ଶିବାଜଲ ରାଣା ଏବଂ ବାଞ୍ଜିପାଲି ଗାଁର ଶ୍ରୀରାମ ସାହାଙ୍କୁ ନୋଟିସ୍ ପଠାଇ ଦିଆଯାଇଥିଲା । ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା ଏବଂ ଅଧିକ ତଦନ୍ତ ଚାଲିଥିବା ଜଣାପଡିଛି । ଏହି ଚଢାଉରେ ଡେପୁଟି ରେଞ୍ଜର ସୁନୀଲ କୁମାର ମିଶ୍ର, ବ୍ୟାସଦେବ ସାହୁ, ଫରେଷ୍ଟର, ଠଣ ସୁନ୍ଦର ଧାରୁଆ, ବନବିଭାଗ, ରଞ୍ଜିତ କୁମ୍ଭାର, ବନସୁରକ୍ଷା କର୍ମୀ, ଚିନ୍ମୟ ପ୍ରଧାନ, ବନ ସୁରକ୍ଷା କର୍ମୀ, ପଦ୍ମମୁଣ୍ଡା, ଫରେଷ୍ଟ ଗାର୍ଡ, ରାଜକୁମାର ଭୁଏ, ରେଞ୍ଜ ଅଫିସର ବଲାଙ୍ଗିର ଏବଂ ଲୋଇସିଂହାଙ୍କ ତତ୍ୱାବଧାନରେ ଉଭୟ ବଲାଙ୍ଗିର ଏବଂ ଲୋଇସିଂହା ରେଞ୍ଜ କର୍ମଚାରୀମାନେ ସାମିଲ ଥିଲେ ।

jittmm
Leave A Reply

Your email address will not be published.