କଟକରେ ଦୁଇଦିନିଆ ଟ୍ରାଫିକ୍‌ କଟକଣା: ଶନିବାର ଦିନ ୧ଟାରୁ ରାତି ୯ଟା ଭାରୀଯାନ ମନା, ରବିବାର ସକାଳ ୮ଟାରୁ କଟକଣା

କଟକ : କ୍ରିକେଟ ମ୍ୟାଚ ପାଇଁ ଯେପରି କୌଣସି ଟ୍ରାଫିକ୍‌ ସମସ୍ୟା ନହୁଏ ସେଥିପାଇଁ କଟକ ଟ୍ରାଫିକ ପୁଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି । ଶନିବାର ନେଟ୍‌ ପ୍ରାକ୍ଟିସ୍‌ ପାଇଁ ଦିନ ୧ଟାରୁ ରାତି ୯ଟା ଏବଂ ରବିବାର ସକାଳ ୮ଟାରୁ ଭିଡ ଭାଙ୍ଗିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । କଟକଣା ଅନୁସାରେ, ମାତାମଠ ପଟୁ ରିଂରୋଡରେ ଆସୁଥିବା ଗାଡ଼ିଗୁଡିକ ବାଲିଯାତ୍ରା ତଳ ପଡିଆରେ ପାର୍କିଂ କରିବେ । ହାୱାଡାମୋଟର୍ସ ଛକ ଓ ମଣିସାହୁ ଛକ ପଟୁ ଆସୁଥିବା ଗାଡ଼ିଗୁଡିକ ଲ’ ହଷ୍ଟେଲ ଛକରୁ ରିଂରୋଡକୁ ଯାଇ ତଳ ବାଲିଯାତ୍ରା ପଡିଆରେ ରଖିବେ ।

Leave A Reply

Your email address will not be published.