oom

ସ୍ଵସ୍ତିର ମାସିକ ସାହିତ୍ୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ସଭାଗୃହରେ ଶନିବାର ସନ୍ଧ୍ୟାରେ ସହରର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱସ୍ତିର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ‘ସ୍ଵାଧୀନତାର ପଞ୍ଚସ୍ତରୀ ବର୍ଷ ଓ ମୁଁ’ ଶୀର୍ଷକ ଆଲୋଚନାରେ ସ୍ଵାଧୀନତା ପରବର୍ତ୍ତୀ ନାରୀ ଯେ ପୁରୁଷର ସମକକ୍ଷ ହୋଇ ଚାକିରି ଓ ସଂସାର ଜଞ୍ଜାଳ ଉଭୟରେ ଭାରସାମ୍ୟ ରକ୍ଷା କରି ସଶକ୍ତ ହୋଇ ପାରିଛି, ତାର ଉଦାହରଣ ସେ ନିଜେ ଵୋଲି ଦୃଢ଼ତାର ସହ ନିଜର ଅଭିଵ୍ୟକ୍ତି ରଖିଥିଲେ ଶିକ୍ଷୟିତ୍ରୀ ନିରୁପମା ପତି । ଗଳ୍ପ ପାଠ କରିଥିଲେ ଶ୍ରୀମତୀ ଅଙ୍ଗୁରଵାଳା ପରିଡା ଓ କବିତା ପାଠ କରିଥିଲେ ଶ୍ରୀମତୀ ଶର୍ମିଷ୍ଠା କଵି ଶତପଥୀ, ରୀତାରାଣୀ ମହାପାତ୍ର, ମୀନକେତନ ପଶାୟତ, ପ୍ରକାଶ ସେଠୀ, ଗୌତମ ଦାସ ଓ ତ୍ରିଲୋଚନ ସ୍ଵାଇଁ। ଗଳ୍ପ ଓ କଵିତା ଗୁଡ଼ିକୁ ସମୀକ୍ଷା କରିଥିଲେ ପ୍ରଫେସର ପାରେଶ୍ଵର ବିଶ୍ଵାଳ । ସଭା ପରିଚାଳନା କରିଥିଲେ ସ୍ଵାସ୍ତିର ଉପସଭାପତି ରାଜକୁମାର ମହାନ୍ତି ଓ ଧନ୍ୟବାଦ ଦେଇଥିଲେ ସ୍ଵସ୍ତିର ସହ ସାହିତ୍ୟ ସମ୍ପାଦକ ଅଶୋକ ପଟ୍ଟନାୟକ । ଏହି ସଭାରେ ସହରର ଅନ୍ୟୁନ ପଚାଶରୁ ଊର୍ଦ୍ଧ୍ଵ ଲୋକ ଅଂଶଗ୍ରହଣ କରିଥିଲେ । ସେମାନେ ହେଲେ ଶଙ୍କର ପ୍ରସାଦ ତ୍ରିପାଠୀ, ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ସୁଶାନ୍ତ ପାଣି, ଵଵି ମହାଳିକ, ହରିହର ଶତପଥୀ, ଗୀତାରାଣୀ ଵେହେରା, ଭଗବାନ ପରିଡ଼ା, ସମ୍ଭୁନାଥ ପରିଡା, କିଶୋରୀ ମୋହନ କର, ସୁଶାନ୍ତ ପାଣି, ସୁଶାନ୍ତ ନାୟକ, ପ୍ରଫୁଲ୍ଲ ସାମଲ, ଉର୍ଵଶୀ ଦାସପତି, ବିଭୁତିଦାସ, ଉପେନ୍ଦ୍ର ବସ୍ତିଆ, କାଶୀନାଥ ନନ୍ଦୀ, ସୁପ୍ତି କର, ରେଵତୀ ବଲ୍ଭ ଵେହେରା, ବ୍ରଜେନ୍ଦ୍ର ଦାସ, ଗୀତାଞଳି ପତ୍ରୀ, ପ୍ରଵୋଧ ଚନ୍ଦ୍ର ଲେଙ୍କା ପ୍ରମୁଖ ।

jittmm
Leave A Reply

Your email address will not be published.