oom

ଲଉଡିଦରହା ସରପଞ୍ଚଙ୍କ ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତର ଗୌଡ଼ମାଲ, ନିଲଜିପତ୍ରା, ଡୁଙ୍ଗରିପାଲି, କୁର୍ମା, ସିକାରିପାଲି ଗ୍ରାମ ମାନଙ୍କରେ ଉନ୍ନୟନ ମୂଳକ କାର୍ୟ୍ୟ ତଥା ମହାତ୍ମା ଗାନ୍ଧୀ ଗ୍ରାମୀଣ ଯୋଜନା ତରଫରୁ ୨୦ଲକ୍ଷ ଟଙ୍କାର ପଞ୍ଚାୟତ ଅଫିସ ଠାରେ ଗେଷ୍ଟ ହାଉସ ନିର୍ମାଣ କରିବାକୁ ନେଇ ସାଧାରଣରେ ଆନନ୍ଦ ପ୍ରକାଶ ପାଇ ଆଲୋଚନା ହେଉଛି । ସୂଚନା ଅନୁସାରେ ଲଉଡିଦରହା ପଞ୍ଚାୟତର ସରପଞ୍ଚ ବଳରାମ ଖମାରୀ ୨୦୧୭ ମସିହାରେ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ପିଠା କାର୍ୟ୍ୟକ୍ରମରେ ସଫଳ ହୋଇ ବ୍ଲକ ପକ୍ଷରୁ ପ୍ରଶଂସିତ ହୋଇଥିଲେ । ପଞ୍ଚାୟତରେ ନିର୍ମାଣ କାର୍ୟ୍ୟ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ୟ୍ୟର ପୂର୍ଣ୍ଣାଙ୍ଗ ହେବାକୁ ଯାଉଥିବା ଦେଖିବାକୁ ମିଳୁଛି ।ଲଉଡିଦରହା ପଞ୍ଚାୟତର ଡୁଙ୍ଗରିପାଲି ଗ୍ରାମ ଠାରେ ପନିପରିବା ଚାଷୀ ମାନଙ୍କ ସୁବିଧା ନିମନ୍ତେ ପନିପରିବା ବଜାର ଆରମ୍ଭ କରିଛନ୍ତି । କୋଭିଡ-୧୯ ପାଇଁ ଦୀର୍ଘ ୧୦ ମାସ ବଜାର ବନ୍ଦ ରହିଥିଲା । ପନିପରିବା ଚାଷୀ ମାନେ ସରପଞ୍ଚଙ୍କ ଠାରେ ଅଭିଯୋଗ କରିବାରୁ ଗତ ୨୧/୧୨ ସୋମବାର ମାସ୍କ ବାଣ୍ଟି ବଜାର ଶୁଭାରମ୍ଭ କରିଥିଲେ । ଚାଷୀମାନେ ତଥା ଜନସାଧାରଣ ସରପଞ୍ଚଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.