centurian jitm

କାଳୀ ବାବାଙ୍କ କଳା କାର୍‌ନାମା : ଜେଲ ଗଲେ ଠକ ତାନ୍ତ୍ରିକ ମିତ୍ରଭାନୁ ଭୁଏ

nschool

ପାଟଣାଗଡ଼, (ଅଶୋକ କୁମାର ବାଗ) : କାଳୀ ବାବାଙ୍କ କଳା କାର୍‌ନାମା । ପୋଲିସ ହାତରେ ବନ୍ଧା ହେଲେ, ଜେଲ୍‌ ଗଲେ ଠକ ତାନ୍ତ୍ରିକ ମିତ୍ରଭାନୁ ଭୁଏ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ସୁନାମୁଦୀର ଆତ୍ମାଘୋଷିତ କାଳୀ ବାବା ମିତ୍ରଭାନୁ ଭୁଏଙ୍କ ଠକ କାର୍‌ନାମା ଜଣାପଡ଼ିବା ପରେ ଜେଲ ପଠାଇଛି ପାଟଣାଗଡ ପୋଲିସ । ଏହି ଘଟଣା ସାରା ଅଂଚଳରେ ଚହଳ ସୃଷ୍ଟି କରିଛି । ଅନ୍ଧ ବିଶ୍ୱାସର ଅନ୍ଧ ପୁଟୁଳି ବାନ୍ଧି ନିରୀହ ଲୋକଙ୍କଠାରୁ ଲୁଟୁଥିଲେ ବାବା । ଗୁଣି କରି ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ଅସୁଲ କରୁଥିଲେ ଠକ ବାବା ମିତ୍ରଭାନୁ ଭୁଏ । ପାଟଣାଗଡ ବ୍ଲକ ସୁନାମୁଦୀ ଗାଁରେ ନିଜର ତନ୍ତ୍ର ପୀଠ କରି ପ୍ରାୟ ବର୍ଷେ ହେବ ନିଜର ଠକ ସାମ୍ରାଜ୍ୟ ବିସ୍ତାର କରିଥିଲେ ମିତ୍ରଭାନୁ । ଗୁଣି ଗାରେଡ଼ି କରି ଲୋକଙ୍କ ରୋଗ ଦୁଃଖ ଭଲ କରିଦେବାର ବାହାବା ନେଉଥିଲେ । ଗୁଣି ହୋଇଛି ବୋଲି ସେ ଲୋକଙ୍କୁ କହି ମୁଁ ଛଡ଼ାଇ ଦେବି ବୋଲି ବଡ଼ ଦମ୍‌ରେ ଦାବି କରୁଥିଲେ । ମଣିଷ ଖୁପୁରୀ ଓ କୁଆଁରୀ ହାଡକୁ ପୂଜା କରି ଲୋକଙ୍କ ଭିତରେ ବିଶ୍ୱାସ ଜନ୍ମାଉଥିଲେ । ଯିଏ ବି ତାଙ୍କ ପାଖକୁ ଆସନ୍ତି, ସେ ମହିଳା ହେଉ କି ପୁରୁଷ ତାଙ୍କୁ ମନ୍ତ୍ରତନ୍ତ୍ର କରିବା ବାହାନାରେ ମାଡ଼ ମାରିବା ଏବଂ ମାନସିକ ନିର୍ଯ୍ୟାତନା ଦେବାର ଭିଡିଓ ସୋସିଆଲ ମିଡ଼ିଆରେ ଅପଲୋଡ଼ କରି ଅଂଚଳରେ ବାହାବା ନେବା ସହ ଅଂଚଳରେ ଏକ ପ୍ରକାର ଅନ୍ଧବିଶ୍ୱାସର କଳା ବାଦଲ୍‌ ଢାଙ୍କି ଭୟର ବାତାବରଣ ସୃଷ୍ଟି କରି ଦବଦବା ଦେଖାଉଥିଲା । ନିରୀହ ଲୋକଙ୍କୁ ତନ୍ତ୍ରମନ୍ତ୍ର ଆଳରେ ଭୁଆଁ ବୁଲାଇ ଶୋଷଣ ବି କରୁଥିଲେ । ମିତ୍ରଭାନୁଙ୍କ ଏଭଳି କାରନାମା ରୀତିମତ ବର୍ଷେ ହେବ ଚାଲିଥିବା ବେଳେ ଏହି ଘଟଣା ଉପରେ ପାଟଣାଗଡ଼ ପୋଲିସର ଦୃଷ୍ଟି ପଡ଼ିଥିଲା । ପାଟଣାଗଡ଼ ପୋଲିସ ଭଣ୍ଡ ତାନ୍ତ୍ରିକ ବାବା ମିତ୍ରଭାନୁ ଭୁଏଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ବେଳେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ପୋଲିସ ପକ୍ଷରୁ ସୂଚନା ମଳିଛି ।

Leave A Reply

Your email address will not be published.

error: Content is protected !!