lika

ଖଡିଆଳ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ତରଫରୁ ଏକ ଦିବସୀୟ କର୍ମଶଳା ଅନୁଷ୍ଠିତ

gbag

ଖଡିଆଳ, (ନିରାକାର ମେହେର) : ଖଡିଆଳ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ତରଫରୁ ଏକ ଦିବସୀୟ କର୍ମଶଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୁଷ୍ପାଞ୍ଜଳି ନନ୍ଦ ନାରୀ ଶକ୍ତିର ଅଗ୍ର ସାରଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ଯୋଗଦାନ କରିଥିବା ବେଳେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଖଡିଆଳ ମୀନା କୁମାରୀ ଅଗ୍ରୱାଲ, ଅଶୋକା ଦଣ୍ଡସେନା ସରପଞ୍ଚ ନେହେନା ଗ୍ରାମ ପଞ୍ଚାୟତ, ସୁପରଭାଇଜର ଅଙ୍ଗନୱାଡି ତଥା ମାତୃ ଶକ୍ତି, କିଶୋରୀ ବାଳିକାମାନଙ୍କୁ ନେଇ ଏକ ଦିବସୀୟ କର୍ମଶଳା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ପ୍ରଦୀପ ପ୍ରଜ୍ଵଳନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ତା’ପରେ ସଭାର ଉଦେଶ୍ୟ ଜ୍ଞାପନ କରାଯାଇ କିଶୋରୀ ମାନଙ୍କୁ ନେଇ ନୃତ୍ୟ ଗୀତ ପରିବେଷଣ କରାଥିଲା । ପରେ ସମସ୍ତଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ମାତୃଶକ୍ତିକୁ ନେଇ ପ୍ରକଳ୍ପ ଅଧିକାରୀ ମୀନା କୁମାରୀ ଅଗ୍ରୱାଲ ପୋଷଣ ବିଷୟରେ ପ୍ରଶ୍ନ ପଚାରି ପୁରସ୍କାର ପ୍ରଦାନ କରିଥିଲେ ଓ ଅଙ୍ଗନୱାଡି କର୍ମୀମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ । ଶେଷରେ ସରପଞ୍ଚ ଅଶୋକା ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.