ଯୁବ ରେଡକ୍ରସର ୩ ଦିନିଆ କର୍ମଶାଳା ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସର ୩ ଦିନିଆ କର୍ମଶାଳା ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲାଠାରେ ଉଦ୍‌ଘାଟିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀ ମୁଖ୍ୟ ଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆବାହକ ପ୍ରଫେସର ପିତାମ୍ବର ବେହେରା ଓ ଜିଲ୍ଲା ସଂଯୋଜକ ପ୍ରଫେସର ସୁମନ୍ତ ଦ୍ୱିବେଦୀ ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ମାନବ ସେବା ହିଁ ମାଧବ ସେବା । କାହାପ୍ରତି ବାଛ ବିଚାର ନରଖି ସମସ୍ତେ ଚଳଚଞ୍ଚଳ ରହିବା ତଥା ସବୁ ପରିସ୍ଥିତିରେ ସବୁ ସମୟରେ ସେବା ମନୋଭାବ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ସହ ରେଡକ୍ରସର ପ୍ରତିଷ୍ଠାତାଙ୍କ ମୂଳଲକ୍ଷ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଯୁବ ରେଡକ୍ରସ ରାଉରକେଲା କଲେଜର କାଉନସିଲର ପ୍ରଫେସର ରଶ୍ମିରଞ୍ଜନ ରାଉତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ବୈଜୟନ୍ତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟତମ ଅଧ୍ୟାପକ ମନୋଜ ଦଳେଇ ଓ ଯୁବ ରେଡକ୍ରସର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଜିଲ୍ଲାର ପ୍ରାୟ ୩୬ଟି ଶିକ୍ଷାନୁଷ୍ଠାନର ଦେଢଶହ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ବେଳେ ଏହା ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

Leave A Reply

Your email address will not be published.