କିଟ୍ କ୍ୟାମ୍ପସରେ ଡାଟା-ଡାଇଲଗ ସମ୍ପର୍କିତ ଜର୍ଣ୍ଣାଲିଷ୍ଟ କର୍ମଶାଳା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜଧାନୀ ଭୁବନେଶ୍ୱରସ୍ଥ କିଟ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ମାନେଜମେଣ୍ଟ ମାସ-କମ୍ୟୁନିକେସନ କ୍ୟାମ୍ପସ ବିଭାଗ ଆନୁକୂଲ୍ୟରେ ଡାଟା-ଡାଇଲଗ ସମ୍ପର୍କିତ ଜର୍ଣ୍ଣାଲିଷ୍ଟ କର୍ମଶାଳା ଆୟୋଜିତ ହୋଇଯାଇଛି । ଉକ୍ତ ରାଜ୍ୟସ୍ତରୀୟ କର୍ମଶାଳାର ଓଡ଼ିଶା ଚାପ୍ଟର ସାମାରୋହ ଉକ୍ତ ସମ୍ମିଳନୀ ଗୃହରେ ଆନୁଷ୍ଠାନିକ ଭାବେ ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ଶୁକ୍ରବାର ଉଦ୍‌ଟିତ ହୋଇଛି । ପ୍ରଫେସର ରାଜୀବ କୁମାର ପଣ୍ଡା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । କିଟ୍ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ବାଦିକ ତଥା ଗଣମାଧ୍ୟମ ପ୍ରତିନିଧିମାନେ ଡାଟା ଓ ମେନେଜମେଣ୍ଟର ଉପଲବ୍ଧତା ଉପରେ ଆଲୋକପାତ କରିଥିଲେ । ଢେଙ୍କାନାଳ ଆଇ.ଆଇ.ଏମ୍.ସିର ରିଜିଓନାଲ ଡ଼ାଇରେକ୍ଟର ପ୍ରଫେସର ମୀରନା ଚଟାର୍ଜୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉନ୍ନତମାନର ସାମ୍ବାଦିକତା ଦକ୍ଷତା ଭିତ୍ତିକ ଓ ତଥ୍ୟ ସମ୍ବଳିତ ହେବା ଆବଶ୍ୟକ ବୋଲି ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ପ୍ରାଚୀନ ଇତିହାସରୁ ମିଳିଥିବା ଶିଳାଲିପି, ତାମ୍ରଲିପିରୁ ସଂଗୃହୀତ ତଥ୍ୟ ମୂଳରେ ରହିଛି, ଅନେକ ଇତିହାସର ଉପାଦାନ । ଠିକ୍‌ ସେହିପରି ଆଜିର ଅତ୍ୟାଧୁନିକ ଯୁଗରେ ଆମେ ବିଭିନ୍ନ ଟେକ୍ନୋଲୋଜିର ସହଯୋଗ ନେଇ ଆମେ କମ୍ପୁଟର ମାଧ୍ୟମରେ ଗୁଗୁଲ ସର୍ଚ୍ଚ କରି ଡାଟା ପାଇଥାଉ ତାହାର ଉପଯୋଗିତା କରିବାର ଆବଶ୍ୟକତା ରହିଛି ବୋଲି ବିଶିଷ୍ଟ ଗବେଷକ ତଥା ଡାଟା ଡାଇଲଗ ଟ୍ରେଡ଼ର ମୁଖ୍ୟ ତାଲିମ ଅଧିକାରିଣୀ ଅନୁଷ୍କା ଡାଲମିଆ ଆଲୋକପାତ କରିଛନ୍ତି ଏବଂ ଦିନ ତମାମଧରି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଉକ୍ତ କର୍ମଶାଳାରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଡେପୁଟି-ମେନେଜର ଜ୍ୟୋତି ସିଂ ରାଠୋର ଧନ୍ୟବାଦ ଜଣାଇଥିଲେ । ଏହି ରାଜ୍ୟସ୍ତରୀୟ କର୍ମଶାଳାରେ ରାଜ୍ୟର ବହୁ ସାମ୍ୱାଦିକ ଯୋଗଦେଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ କେ.ସତ୍ୟନାରାୟଣ ରେଡ୍ଡୀ ପ୍ରତିନିଧିତ୍ୱ କରି ପ୍ରସଂଶାପତ୍ର ମାଧ୍ୟମରେ ସମ୍ମାନୀତ ହୋଇଥିଲେ ।

Leave A Reply

Your email address will not be published.

error: Content is protected !!