oom

ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ମହତ୍ମା ଗାନ୍ଧୀପାର୍କରେ ଚିତ୍ରକଳା କର୍ମଶାଳା

jsmm

ବରଗଡ, (ନିରୋଜ କୁମାର ପାଣୀ) : ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଚଳିତ ବର୍ଷ ୭୫ତମ ବର୍ଷ ହୀରକ ଜୟନ୍ତୀ ପାଳନ କରୁଛି ।ଏହି ଅବସରରେ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ ଆଜି ନବବର୍ଷ ଅବସରରେ ସ୍ଥାନୀୟ ଗାନ୍ଧୀ ପାର୍କଠାରେ ବରଗଡ ଜିଲ୍ଲାର ୧୫ ଜଣ ବରିଷ୍ଠ ଚିତ୍ରଶିଳ୍ପୀଙ୍କୁ ନେଇ ଏକ ଚିତ୍ରକଳା କର୍ମଶାଳା ଆୟୋଜିତ ହୋଇଥିଲା । ସକାଳ ୯ ଘଣ୍ଟା ସମୟରେ ଏହାର ବିଧିବଦ୍ଧ ଉଦ୍‌ଘାଟନ ହୋଇଥିଲା । ପ୍ରଚାର ପ୍ରସାର କମିଟିର ଆବାହିକା ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ ଅତିଥି ଭାବରେ ଯୋଗ ଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଏହି ସମୟରେ ପ୍ରଚାର ପ୍ରସାର କମିଟିର ସହ ଆବାହକ ପ୍ରସନ୍ନ କୁମାର ମିଶ୍ର ଓ ରବି ପଣ୍ଡା, ସଦସ୍ୟ ବଦ୍ରି ପ୍ରସାଦ ସାହୁ, ରଞ୍ଜନ କୁମାର ଦେବତା, ସତ୍ୟ ନାରାୟଣ ପ୍ରଧାନ, ଆଶୁତୋଷ ରଥ, ରମଣୀ ରଂଜନ ବେହେରା, ଏମ୍‌.ଡି. ନିଜାମ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଚାର ପ୍ରସାର କମିଟିର ଆବାହିକା ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବରେ ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ଉପସଭାପତି ମିର୍ଦ୍ଧା ଟପ୍ପୋ, ସମ୍ପାଦକ ସୁରେଶ୍ଵର ଶତପଥୀ, ପ୍ରଚାର ପ୍ରସାର କମିଟିର ସହ ଆବାହକ ଦ୍ୱୟ ପ୍ରସନ୍ନ କୁମାର ମିଶ୍ର ଓ ରବି ପାଣ୍ଡା, ବଦ୍ରୀ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଧନୁଯାତ୍ରାର ପ୍ରଚାର ପ୍ରସାର ପାଇଁ ଆୟୋଜିତ ଏହି ଶିବିରରେ ଚିତ୍ରଶିଳ୍ପୀ ରାଜେନ୍ଦ୍ର ସିକନ୍ଦର, ଅଶୋକ କୁମାର ଦାଶ, କୁଶ ଭୂୟାଁ, ଜିତେନ୍ଦ୍ର ଦାଶ, ରମାକାନ୍ତ ତ୍ରିପାଠୀ, ଚନ୍ଦ୍ରଶେଖର ରାଉତ, ଦୁଃଖୀ ସେବକ ସାହୁ, ମହେଶ ପାଣ୍ଡେ, ଅମୂଲ୍ୟ ସିକନ୍ଦର, ଚୂଡ଼ାମଣି ସିଂ, ବିନୋଦ କୁମାର ବେହେରା, ବୃନ୍ଦାବନ ବିଶି, କିଶୋର କୁଁଅର, ସୌରଭ ମଜୁମଦାର, ବିଜେନ୍ଦ୍ର ବେହେରା ଭଳି ଜିଲ୍ଲାର ସ୍ୱନାମଧନ୍ୟ ଚିତ୍ର ଶିଳ୍ପୀ ମାନେ ଧନୁଯାତ୍ରା ମହୋତ୍ସବର ବିଭିନ୍ନ ପ୍ରସଂଗ ଉପରେ ଚିତ୍ର ଆଙ୍କିଥିଲେ । ଏହି ଶିବିର ଅପରାହ୍ନ ଘ ୪.୩୦ ମି.ରେ ଉଦ୍‌ଯାପିତ ହୋଇଥିଲା ।

jittmm
Leave A Reply

Your email address will not be published.