ଆଞ୍ଚଳିକ କୌଶଳ ବିକାଶ ଓ ଔଦ୍ୟୋଗିକତା ନିର୍ଦ୍ଦେଶାଳୟ(ଆରଡିଏସଡିଇ) ଓଡିଶା ପକ୍ଷରୁ ଭୁବନେଶ୍ୱରଠାରେ ଶିକ୍ଷାନବୀନ ସଂସ୍କାର କର୍ମଶାଳା ଆୟୋଜିତ

• ଶିକ୍ଷାନବୀଶ ଆଇନରେ ହୋଇଥିବା ସର୍ବଶ୍ରେଷ୍ଠ ସଂସ୍କାର ନେଇ ସଚେତନତା ସୃଷ୍ଟି ପାଇଁ କର୍ମଶାଳାରେ ଗୁରୁତ୍ୱ
• ୧୫୦ରୁ ଅଧିକ ବିଭିନ୍ନ ସଂସ୍କାର ଅଂଶଗ୍ରହଣକାରୀ, ରାଜ୍ୟ ଶିକ୍ଷାନବୀଶ ପରାମର୍ଶଦାତା, କ୍ଷେତ୍ରକୌଶଳ ପରିଷଦ, ଆରଡିଏସଡିଇ ଏବଂ ତୃତୀୟ ପକ୍ଷ ଆଗ୍ରୀଗେଟର(ଦକ୍ଷିଣାଞ୍ଚଳ) କର୍ମଶାଳାରେ ଅଂଶଗ୍ରହଣ
• ଶିକ୍ଷାନବୀଶ ସଂସ୍କାର ଓ ଶିକ୍ଷାନବୀଶ ପ୍ରୋତ୍ସାହନ ତ୍ୱରାନ୍ୱିତ କରିବାକୁ ଦେଶବ୍ୟାପୀ ଆୟୋଜିତ ହେବ ୨୫୦ରୁ ଅଧିକ କର୍ମଶାଳା

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର କୌଶଳ ବିକାଶ ଓ ଔଦ୍ୟୋଗିକା ମନ୍ତ୍ରଣାଳୟର ଆଂଚଳିକ ନିର୍ଦ୍ଦେଶାଳୟ, ଓଡିଶା (ଆରଡିଏସଡିଇ) ପକ୍ଷରୁ ନୂତନ ଓ ଉନ୍ନତ ଶିକ୍ଷାନବୀଶ ସଂସ୍କାର ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଏକ ଦୁଇଦିନିଆ ଶିକ୍ଷାନବୀଶ କର୍ମଶାଳା, ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ବିଶ୍ୱ କୌଶଳ କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି । ଦେଶର ଶିକ୍ଷାନବୀଶ ମଡେଲରେ ହୋଇଥିବା ନୂତନ ପରିବର୍ତ୍ତନ ସମ୍ପର୍କରେ ଏହାର ଅଂଶୀଦାରମାନଙ୍କ ସାମର୍ଥ୍ୟ ବିକାଶ ହେଉଛି ଏହି କର୍ମଶାଳା ଆୟୋଜନର ଲକ୍ଷ୍ୟ । ଏହାଛଡା ଦେଶବ୍ୟାପୀ ସଂସ୍କାର ସମ୍ପର୍କରେ ସଚେତନତା ସୃଷ୍ଟି ନେଇ କେନ୍ଦ୍ର ଶିକ୍ଷା କୌଶଳ ବିକାଶ ଓ ଔଦ୍ୟୋଗିକା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ୨୫୦କର୍ମଶାଳା ଆୟୋଜନ ନେଇ ଆଗରୁ ଘୋଷଣା କରିଛନ୍ତି ।
ଶିକ୍ଷାନବୀଶ କାର୍ୟ୍ୟକ୍ରମର ୧୬୩ରୁ ଅଧିକ ଅଂଶଗ୍ରହଣକାରୀ ଏଥିରେ ଯୋଗଦେଇଥିଲେ । ଟାଟା ଷ୍ଟିଲ ଲିମିଟେଡ, ବୋକାରୋ ଇସ୍ପାତ କାରଖାନା, ପାରାଦ୍ୱୀପ ରେଳବାଇ, ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ, ୨-କ୍ଷେତ୍ର କୌଶଳ ପରିଷଦ (ଏସଏସ୍‌ସିଏସ), ୧୮ଟି ଆଞ୍ଚଳିକ କୌଶଳ ବିକାଶ ଓ ଔଦ୍ୟୋଗିକତା (ଆରଏସଏସଡିଇ) ୯ ତୃତୀୟ ପକ୍ଷ ସଂସ୍ଥା (ଟିପିଏ) ୨୫କର୍ମନିଯୁକ୍ତି , ତାଲିମ ନିର୍ଦ୍ଦେଶାଳୟ (ଡିଇଟି) ଓ ୫ଜାତୀୟ କୌଶଳ ବିକାଶ ନିଗମ (ଏନଏସ୍‌ଡିସି) ସମେତ ୧୦୪ଟି ସଂସ୍ଥା ଏଥିରେ ଅଂଶଗ୍ରହଣ କରିଥିଲେ ।
ମୁଖ୍ୟ ଆଲୋଚନା ପରୀକ୍ଷା ମୋଡୁଲ, ସମୟାନୁର୍ତ୍ତିତା ପେମେଣ୍ଟ, ଗେଟୱେ ଉପରେ ହୋଇଥିଲେ ମଧ୍ୟ ଆଉ କେତେକ ନିମ୍ନରେ ଦିଆହୋଇଛି ।
• ସର୍ବଭାରତୀୟ ଟ୍ରେଡ ଟେଷ୍ଟ (ଏଆଇଟିଆଇ) ବର୍ତ୍ତମାନ ବାର୍ଷିକ ପରିବର୍ତ୍ତେ ତ୍ରୈୟମାସିକ ପରୀକ୍ଷା ହୋଇଛି । ପର୍ୟ୍ୟାୟକ୍ରମେ ପରୀକ୍ଷା ଏକ ଅନ-ଡିମାଣ୍ଡ ସେଡ ଆଡକୁ ଗତି କରିବ ।
• ଆଇଟିଆଇରୁ ଉତ୍ତୀର୍ଣ୍ଣମାନଙ୍କ ଥିଓରୀ ପରୀକ୍ଷା ହେବ ନାହିଁ । ମାତ୍ର ସଦ୍ୟ ଶିକ୍ଷାନବୀଶମାନେ ଉଭୟ ଥିଓରୀ ଏବଂ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ପଡିବ ।
• ଦାଖଲ, ପ୍ରକ୍ରିୟାକରଣ, ଅନୁମୋଦନ ଓ ରିଲିଜ ସବୁ ଅନଲାଇନ ଯୋଜନା ଏକ ଏକକ ଗବାକ୍ଷ ପଦ୍ଧତିରେ ହେବ । ଏନଏପିଏସ୍ ଅଧୀନରେ ଅର୍ଥପ୍ରଦାନ ଓ ଅନଲାଇନ ଆପତ୍ତି ଅଭିଯୋଗ ପଦ୍ଧତି ଶିଳ୍ପର ସହାୟତା ନିମନ୍ତେ ପ୍ରବର୍ତ୍ତନ ହୋଇଛି ।
• ପେମେଣ୍ଟ ଗେଟୱେ ପରିପାଟି ନିର୍ଦ୍ଦିଷ୍ଟ ଟ୍ରେଡ ପରିଚାଳନାକାରୀ ଅନୁଭାଗକୁ ସମ୍ପ୍ରସାରିତ ହେବ ।
• ଯେଉଁ ସଂସ୍କାର ବ୍ୟବସ୍ଥା ଚାରି ତା’ଠାରୁ ଅଧିକ ରାଜ୍ୟରେ ଅଛି ସେମାନେ ଆରଡିଏସଡିଇ ପଞ୍ଜୀକୃତ ହେବାକୁ ଅନୁମତି ପାଇବେ ।
• ଶିକ୍ଷାନବୀଶ ଅତିରିକ୍ତ ଟ୍ରେଡ, ନିର୍ଦ୍ଦିଷ୍ଟ ଟ୍ରେଡ, ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଶିକ୍ଷାନବୀଶଙ୍କ ମୋଟ ନମ୍ବର ତଦାରଖ ନକରି କାରଖାନାକୁ ନୋଟିସ ଜାରି କରାଯିବ ନାହିଁ ।
ପଦକ୍ଷେପକୁ ସ୍ୱାଗତ କରି କେନ୍ଦ୍ର କୌଶଳ ବିକାଶ ଓ ଔଦ୍ୟୋଗିକତା ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ତଥା ତାଲିମ ମହାନିର୍ଦ୍ଦେଶାଳୟ ମହାନିର୍ଦ୍ଦେଶକ ଶ୍ରୀ ଅତୁଲ କୁମାର ତିୱାରୀ କହିଲେ ଯେ “ ଭାରତର କର୍ମଜୀବୀ ମାନଙ୍କ ମଧ୍ୟରେ ଶତକଡା ୬୨. ୫ଭାଗଙ୍କ ବୟସ ୧୫ରୁ ୫୯ମଧ୍ୟରେ ହୋଇଥିବାରୁ ଦେଶ ଆର୍ଥିକ କଳକୁ ଆଗେଇ ନେବାରେ ଏହା ଖୁବ୍ ଉପାଦେୟ । କୌଶଳ ଅଧିଗ୍ରହଣ ନିମନ୍ତେ ସବୁଠାରୁ ଶ୍ରେଷ୍ଠ ମଡେଲ କୁହାଯାଉଥିବା ଶିକ୍ଷାନବୀଶ ତାଲିମ ଜରିଆରେ ଆମେ ଯୁବକ ଯୁବତୀଙ୍କୁ ଶୀଘ୍ର ଓ ଦକ୍ଷତା ସମ୍ପନ୍ନ ଭାବେ ତାଲିମପ୍ରାପ୍ତ କରିପାରିବୁ । ମୁଁ ଆଶାବାଦୀ ଯେ ଏହି ସବୁ କର୍ମଶାଳା ଆୟୋଜନ ଦ୍ୱାରା ଆମେ ଶିଳ୍ପାନୁଷ୍ଠାନଗୁଡିକୁ ଆମ ସହ ସାମିଲ କରି ସେମାନଙ୍କୁ କାର୍ୟ୍ୟବଳରେ ଅଧିକ ଶିକ୍ଷାନବୀଶ ଯୋଡି ହୋଇପାରିବେ ।”
ଏଥିସହିତ ଶିକ୍ଷାନବୀଶ ପୋର୍ଟାଲର ଠିକା ଉପରେ ପ୍ରତ୍ୟକ୍ଷ ପ୍ରଦର୍ଶନ, ପେ-ରୋଲ ପ୍ରୋସେସ୍‌, ଦାବି ପ୍ରଦାନ ପେରୋଲ ସବମିଶନ, ପେମେଣ୍ଟ ଗେଟୱେ, ଆପତ୍ତି ଅଭିଯୋଗ ନେଇ ବ୍ୟବସ୍ଥା ଓ ପାଠ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଇଥିଲା । ଅଂଶଗ୍ରହଣକାରୀ ମାନେ ତ୍ୱରାନ୍ୱିତ ପ୍ରକ୍ରିୟାକୁ ନିୟମ ଓ ଅଧିନିୟମକୁ ଅଧିକ ସରଳୀକରଣକୁ ନେଇ ବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ । ଏମଏସଡିଇ ଅତିରିକ୍ତ ନୀତିର ସୁପାରିଶ ଓ ସରକାରୀ ଆଦେଶଗୁଡିକୁ ସଂକଳିତ କରୁଛି ।
କୌଶଳ ବିକାଶ ଓ ଔଦ୍ୟୋଗିକା ମନ୍ତ୍ରଣାଳୟ (ଏମଏସ୍‌ଡ଼ିଇ) ସମ୍ପର୍କରେ
କୁଶଳୀ କାରିଗରମାନଙ୍କ କର୍ମନିଯୁକ୍ତି ସୁଯୋଗ ବୃଦ୍ଧି ନିମନ୍ତେ ଏମଏସ୍‌ଡିଇ ଭାରତ ସରକାର ୯ନଭେମ୍ବର ୨୦୧୪ରେ ଗଠନ କରିଥିଲେ । ଏମଏସଡିଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓ ସଂସ୍କାର କାର୍ୟ୍ୟକ୍ରମ ହାତକୁ ନେଇ ନୀତିକୁ ଆନୁଷ୍ଠାନିକ ମର୍ୟ୍ୟାଦାଦେବା, ମାନରକ୍ଷା ଓ ନୂତନ କାର୍ୟ୍ୟକ୍ରମ ଓ ଯୋଜନା ଆରମ୍ଭ, ନୂତନ ଭିତିଭୂମି ଗଠନ ଓ କାର୍ୟ୍ୟ କରୁଥିବା ଅନୁଷ୍ଠାନଗୁଡିକର ଉନ୍ନୀତକରଣ ଇତ୍ୟାଦି ସହ ରାଜ୍ୟ ସରକାର ଗୁଡିକ ସହିତ ମିଶି କୌଶଳବିକାଶକୁ ସମାଜରେ ପରିଚିତ କରାଇବାରେ କାର୍ୟ୍ୟ କରିଆସୁଛି । ମନ୍ତ୍ରଣାଳୟ ଚାହିଦା ଓ ଯୋଗାଣ ମଧ୍ୟ ଥିବା ବ୍ୟବଧାନ ଦୂରକରି ନୂତନ କୌଶଳ ଓ ଭାବନା ତ୍ୱରାନ୍ୱିତ କରି କେବଳ ବର୍ତ୍ତମାନର କର୍ମନିଯୁକ୍ତି ବ୍ୟତୀତ ଭବିଷ୍ୟତ କର୍ମନିଯୁକ୍ତ ନିମନ୍ତେ ମଧ୍ୟ କୁଶଳୀ ବ୍ୟକ୍ତି ସୃଷ୍ଟି କରୁଛି । ସ୍କିଲ ଇଣ୍ଡିଆ ଅଧୀନରେ ଏପର୍ୟ୍ୟନ୍ତ ୫.୫ କୋଟିରୁ ଅଧିକ ବ୍ୟକ୍ତିକୁ ତାଲିମ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.