ଭୁବନେଶ୍ୱର, (କେପିଏନ୍ଏସ୍) : ନୃତ୍ୟଗୁରୁ ରିତେଶ ନିକଟରେ ଏକ ଦିନିକିଆ ନୃତ୍ୟ କର୍ମଶାଳାର ଆୟୋଜନ କରିଥିଲେ । ଏହି କର୍ମଶାଳାର ମୁଖ୍ୟ ଆଭିମୁଖ୍ୟ ହେଉଛି ପିଲାମାନେ ଜୀବନରେ ନୃତ୍ୟ ପ୍ରତି କିପରି ସମର୍ପିତ ହେବେ । ରିତେଶ ଆର୍ ଜେ.ଙ୍କ ଏହି କର୍ମଶାଳାକୁ ସଂଚଳନା କରିଥିଲେ ଆନ୍ଭି ଯିଏକି ଜଣେ ପ୍ରଖ୍ୟାତ ଓଲିଉଡ୍ କରିଓଗ୍ରାଫର୍ । ରିତେଶଙ୍କ ଏହି କର୍ମଶାଳାଟି ଉଭୟ ଅନ୍ଲାଇନ ଓ ଅଫ୍ଲାଇନ୍ରେ ହୋଇଥିଲା । ସୁଦୂର ଆମେରିକା, ଦୁବାଇ, ସିଙ୍ଗାପୁର ଓ ଅଷ୍ଟ୍ରେଲିଆର ନୃତ୍ୟ ଛାତ୍ରଛାତ୍ରୀ ମାନେ ଏଥିରେ ସାମିଲ ହୋଇଥିଲେ । କର୍ମଶାଳାରେ ଛାତ୍ରଛାତ୍ରୀ ମାନଙ୍କୁ ଶେଷରେ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ରିତେଶ ଆର୍ଜେ କିଙ୍ଗସ୍ ବୁକ୍ ଅଫ ୱାଲ୍ଡ ରେକର୍ଡସ ଇଣ୍ଡିଆର ଅଧିକାରୀ ସର୍ବଶ୍ରେଷ୍ଠ ନୃତ୍ୟ କରିଓଗ୍ରାଫର ହିସାବରେ ପରିଚିତ ।