centurian jitm

ସଇଁତଲାରେ ବ୍ଲକସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳା

nschool

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ତହସିଲଦାର ମାନସ ଫିଲ କେରକେଟା, ଆଶା ସମ୍ପାଦକ ସଂଜୀବ ପଟ୍ଟନାୟକ ଓ ପୋଗ୍ରାମ ମେନେଜର ଆଲୋକ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ବିପର୍ଯ୍ୟୟ ପରିଚାଳନା ଉପରେ ଆଲୋକପାତ କରିଥିଲେ । ବୈଠକରେ ସଇଁତଲା ବିଡ଼ିଓ, ତହସିଲଦାର, ମେଡିକାଲ ଅଫିସର, ଆଇଆଇସି, ସିଡିପିଓ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୧୭ ଜଣିଆ ବିପର୍ଯ୍ୟୟ କୋର କମିଟି ଗଠନ କରାଯାଇଥିଲା । ପରେ ପଞ୍ଚାୟତସ୍ତରରେ କମିଟି ଗଠନ କରାଯାଇ ଆଶା, ଅଙ୍ଗନୱାଡି, ଏମ୍‌ବିକେ, ସିଆର୍‌ପିସିଏମ୍‌ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସାମିଲ କରାଯିବ । ଏହି କର୍ମଶାଳାରେ ସହକାରୀ ନିର୍ବାହୀଯନ୍ତ୍ରୀ ସନ୍ତୋଷ ବେହେରା, ସିଡିପିଓ ସବିତା ଦାସ, ବିଏସ୍‌ଏସ୍‌ଓ ଭାନୁ ପ୍ରତାପ ଭୋଇ, ଜଳ ପରିମଳ ବିଭାଗ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରମୋଦ ଭୋଇ, ଅଗ୍ନି ବିଭାଗର ସମୀର ସାହୁ, ପୋଲିସ ଏସ୍‌ଆଇ ଶଙ୍କରଲାଲ ମିର୍ଦ୍ଧାଙ୍କ ସମେତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବ୍ଲକ ସମ୍ପ୍ରସାରଣ ଅଧିକାରୀ ପଦ୍ମକାନ୍ତ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.