ତୁଷୁରା, (କେପିଏନ୍ଏସ୍) : ଓଡ଼ିଶା ସରକାରଙ୍କ ଯୋଜନାନୁସାରେ ଗୁଡଭେଲା କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଓ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜମ୍ଭେଲ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ରୋଲିନା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ସଭାରେ ଗୁଡଭେଲା ବ୍ଲକ ସରପଞ୍ଚ ମାଢେକେଲା ମୁଖ୍ୟ ଅତିଥି ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିପିନ ବାଗ ଓ ଡାଳିମ୍ବ ରଣା ନାଏବ ସରପଞ୍ଚ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ମେଳା ଓ କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ସ୍ଥାନୀୟ ସିଆର୍ସିସି ସଡାନନ୍ ପ୍ରଧାନୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିକ୍ଷକ ନିରଞ୍ଜନ ସାମଲ ସଭା ସଞ୍ଚାଳନ କରିଥିଲେ ଓ ଭୁଆଁପଡ଼ା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଭୋଜରାଜ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ରୋଲିନା ମାଝୀ ସମସ୍ତଙ୍କୁ ନିପୁଣ ଓଡିଶାର ଶପଥ ପାଠ କରାଇଥିଲେ । ଉଦ୍ଯାପନୀ ସଭାରେ ପ୍ରଧାନ ଶିକ୍ଷକ ଏସ୍ଏମ୍ସି ସଭାପତି ଖଗେଶ୍ୱର ରଣା ଯୋଗ ଦେଇ ସମସ୍ତ ପ୍ରତିଭାଗୀ ଶିଶୁମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ଶତାଧିକ ଟିଏଲ୍ଏମ୍ ପ୍ରଦର୍ଶିତ ହୋଇଥିଲା । ଉକ୍ତ ମେଳାକୁ ଶତାଧିକ ଅଭିଭାବକ, ଅଭିଭାବିକା ପରିଚାଳନା ସମିତି ସଦସ୍ୟ ସଦସ୍ୟା ବୁଲି ଦେଖିଥିଲେ । ଗୁଡଭେଲା କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ, ଏଫ୍ଏଲ୍ଏନ୍ ଶିକ୍ଷକ ଓ ଗାଇଡ୍ ଟିଚର ତଥା ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ସିଆର୍ସିସି ସୁଧାଂଶୁ ପୁଟା, ଟଙ୍କଧର ସା, ଜଗମୋହନ ତ୍ରିପାଠୀ ସକ୍ରିୟ ସହଯୋଗ କରିଥିଲେ ।