ମାସ୍କୋ ଏବଂ କାର୍ପ୍ ଦ୍ଵାରା ପରିବେଶ ସୁରକ୍ଷା କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାସ୍କୋ ଏବଂ କାର୍ପ୍‌ ଦ୍ଵାରା ଏକ ପରିବେଶ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ବ୍ରହ୍ମପୁରସ୍ଥିତ ଗୋଷାଣୀନୂଆଗାଁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ସଭାପତି ଭଗବାନ ଚୌଧୂରୀ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ ମାସ୍କୋର ସମ୍ପାଦକ ତଥା ସମାଜସେବୀ ଡାକ୍ତର ରାମକୃଷ୍ଣ ସାହୁ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ସମାଜର ଦାୟିତ୍ଵବୋଧ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଫୋରେଷ୍ଟ ରେଞ୍ଜର ଦିଲିପ୍ କୁମାର ମାର୍ଥା ଯୋଗଦେଇ ବୃକ୍ଷର ସୁରକ୍ଷା ହିଁ ଆମ ପରିବେଶର ସୁରକ୍ଷା ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଭଗବାନ ଗନ୍ତାୟତ, ଡାକ୍ତର ଭି. ନାଗେଶ୍ଵର ରାଓ ସୁବୁଦ୍ଧି, ଡାକ୍ତର ନକୁଳ ସାହୁ ପ୍ରମୁଖ ଯୋଗଦେଇ ବୃକ୍ଷମାନଙ୍କର ଔଷଧୀୟ ଗୁଣ ବିଷୟରେ ଆଲୋକପାତ କରିଥିଲେ । ବିଶିଷ୍ଟ ଅତିଥିଭାବେ ଡାକ୍ତର ପ୍ରଶାନ୍ତ କୁମାର ପତି, ଶ୍ରୀମତୀ ବନ୍ଦନା ମହାପାତ୍ର ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନିଲ କୁମାର ସାବତ, ପି. ବୁଦ୍ଧଦେବ ପାତ୍ର, ପପୁନ କୁମାର ମହାରଣା, ସ୍ମରଣିକା ସାମନ୍ତରାୟ, ସନ୍ତୋଷିନୀ ବେହେରା, ମୃତ୍ୟୁଞ୍ଜୟ ପାତ୍ର ପ୍ରମୁଖ ଯୋଗଦେଇ କର୍ମଶାଳା ଟିକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ କୁମାର ପାଢ଼ୀ, ପ୍ରସାଦ କୁମାର ଦାସ, ଅଜୟ କୁମାର ପାତ୍ର, ମନୋଜ କୁମାର ତ୍ରିପାଠୀ, ସମୀର କୁମାର ଶତପଥୀ, ରବୀନ୍ଦ୍ର କୁମାର ପାତ୍ର, କାର୍ତ୍ତିକେଶ୍ୱର ନାୟକ, ଅରୁଣ କୁମାର ପାଢ଼ୀ, ଇ.ରବି ରାଓ, ସୁବାଷ ଚନ୍ଦ୍ର ରଥ, ହର ପ୍ରସାଦ ପାଣିଗ୍ରାହି, ସମୀର ପ୍ରସାଦ ଚୌଧୁରୀ, ରାଧାମୋହନ ବିଶ୍ଵାଳ, ଅସୀମ କୁମାର ବେବର୍ତ୍ତା ଏବଂ ବିଦ୍ୟା ମନ୍ଦିରର ଅନ୍ୟାନ୍ୟ ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କ ସମେତ ସମସ୍ତ କାର୍ଯ୍ୟରତ ସଦସ୍ୟମାନେ ଯୋଗ ଦେଇଥିଲେ । ଏହା ପରେ ପରେ ଏଠି ମାସ୍କୋ ଏବଂ କାର୍ପ୍‌ର ମିଳିତ ସହଯୋଗରେ ପ୍ରାୟ କୋଡ଼ିଏ ଗୋଟି ବୃକ୍ଷ ରୋପଣ କରାଯାଇଥିଲା । ପ୍ରକାଶ ଥାଉକି ମାସ୍କୋ ଏବଂ କାର୍ପ୍‌ଦ୍ଵାରା ବ୍ରହ୍ମପୁର ଏବଂ ବ୍ରହ୍ମପୁର ଉପକଣ୍ଠ ସହରତଳି ଅଞ୍ଚଳ ଏବଂ ତା’ର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯିବ ବୋଲି ମାସ୍କୋର ସଭାନେତ୍ରୀ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.