ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠସ୍ଥ ରଙ୍ଗେଇଲୁଣ୍ଡାଠାରେ ଅବସ୍ଥାପିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ (OUAT)ରେ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇ ଛାତ୍ର ଛାତ୍ରୀମାନଙ୍କୁ ଭବିଷ୍ୟତରେ ପୂର୍ଣ୍ଣ ରୋଜଗାରକ୍ଷମ ହେବାକୁ ଆଗଭର କରାଯାଇଛି । ଦ୍ୱିତୀୟ ଦିନରେ ଅନୁଷ୍ଠିତ ଶିକ୍ଷାନୁଷ୍ଠାନର କର୍ମଶାଳାରେ ଓଡ଼ିଶା ପ୍ରମୁଖ ସାମୁଦ୍ରିକ ମତ୍ସ୍ୟ ରପ୍ତାନୀକାରୀ ଶିଳ୍ପାନୁଷ୍ଠାନ ସଂସ୍ଥା ତଥା ମାଛ ଓ ଚିଙ୍ଗୁଡିର ହ୍ୟଚେରୀ ମାଲିକମାନେ ମାଛ ଓ ଚିଙ୍ଗୁଡ଼ିର ଖାଦ୍ୟ ଉତ୍ପାଦନକାରୀ ଶିଳ୍ପ ସଂସ୍ଥା ଓ ରପ୍ତାନୀ ନିରୀକ୍ଷଣ ସଂସ୍ଥାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଉଦ୍ଘାଟନୀ ଉତ୍ସବର ସମ୍ମାନିତ ଅତିଥି ଭାବେ ଡ. କମଳେଶ ମିଶ୍ର, ରଜେନ୍ ପାଢ଼ୀ, କେ. କାମେଶ୍ୱର ରାଓ, ସୁଧାଂଶୁ ଶେଖର ଦାସ ଉପସ୍ଥିତ ଥିଲେ । ରାଜ୍ୟର ମତ୍ସ୍ୟବିତ ଦ୍ରବ୍ୟର ରପ୍ତାନୀ ଜନିତ ଆର୍ଥିକ ଦିଗକୁ ସମୀକ୍ଷା କରାଯାଇଥିଲା । ବିଦେଶୀ ବଜାରରେ ଓଡ଼ିଶାର ମାଛ ଓ ଚିଙ୍ଗୁଡିର ଚାହିଦାକୁ କିପରି ବଢ଼ାଯାଇ ବାର୍ଷିକ ବୈଦେଶିକ ମୁଦ୍ରା ଉପାର୍ଜନ ଯେପରି କି ୨୦ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ପଡ଼ିବ ସେଥିପାଇଁ ଗୁରୁତ୍ଵ ଆରୋପ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି insecticaର ଅରୁଣ ଦାସ, କନକ ମତ୍ସ୍ୟ ହ୍ୟଚେରୀର ବିଜୟ କୁମାର ସାହୁ, ଆକ୍ୱାଟିକ୍ସର ତେଜସ୍ୱ ପ୍ରଧାନ, କୃଷକ ବନ୍ଧୁ ଜୟପ୍ରକାଶ ମହାପାତ୍ର, ଏବଂ ବିଶିଷ୍ଟ ଅତିଥି ସରିଫ୍ ଅହମଦ ନିଜ ନିଜର ବକ୍ତବ୍ୟ ରଖିଥିଲେ । ମତ୍ସ୍ୟ ବିଜ୍ଞାନ ମହାବଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ଉଦଗାତା ଏହି କର୍ମଶାଳାରେ ସଭାପତିତ୍ୱ କରିଥିଲେ । ଡ. ସନ୍ତୋଷ କୁମାର ତ୍ରିପାଠୀ ଓ ଡ. ବୃନ୍ଦାବନ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରି । ପ୍ରାରମ୍ଭରେ OUAT Anthem ଓ ପରେ କାର୍ଯ୍ୟକ୍ରମ ମଝିରେ OUAT ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା । କର୍ମଶାଳାର ସମ୍ପୂର୍ଣ୍ଣ ବିବରଣୀ ୟୁ-ଟ୍ୟୁବ ମାଧ୍ୟମରେ ଲାଇଭ ପ୍ରଦର୍ଶନ କରାଯାଇଥିଲା । ଡ. ଧରିତ୍ରୀ ଚୌଧୁରୀ ଏହି ଦୁଇଦିନିଆ କର୍ମଶାଳାରେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଯୋଜନା କରିଥିଲେ । କର୍ମଶାଳାଟି ସରକାରଙ୍କ ଦ୍ୱାରା OUATର IDP -NAHEP ପ୍ରକଳ୍ପର ଆର୍ଥିକ ସହାୟତାରେ କାର୍ଯ୍ୟକାରୀ ହୋଇଥିଲା ।
Prev Post