- ଫେବୃଆରୀରେ ସେବା ମହୋତ୍ସବ
ବୌଦ୍ଧ, (କେପିଏନ୍ଏସ୍) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଶୁକ୍ରବାର ଦିନ ରାମଗଡ଼ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଆସୋସିଏସନ ସଭାପତି ବନମାଳୀ ପ୍ରଧାନଙ୍କ ଅଧକ୍ଷତାରେ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଁ ଭୈରବୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଭାରତର ଅର୍ଥନୈତିଜ୍ଞ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକକୁ ନେଇ ଆସୋସିଏସନ ପକ୍ଷରୁ ଅମର ଆତ୍ମାର ସଦ୍ଗତି କାମନା ପାଇଁ ନିରବ ପାର୍ଥନା କରାଯାଇଥିଲା । ପରେ ଗତ ବର୍ଷ ସେବା ମହୋତ୍ସବ ଆୟବ୍ୟୟ ଏବଂ ଆସୋସିଏସନର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ପରିଶେଷରେ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ନୂତନ ସଭାପତି ଭାବେ ସୁକାନ୍ତ ପଟ୍ଟନାୟକ ଓ ସମ୍ପାଦକ ଭାବେ ଭାଗବତ ମେହେରଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସେହିପରି ଉପ ସଭାପତି ସୁଶାନ୍ତ ବେହେରା, ସହ ସମ୍ପାଦକ କୁମୁଦ ସାହୁ, କୋଷାଧକ୍ଷ ବାସୁଦେବ ସାହୁ, ଆବାହକ ଭାବେ ସାମ୍ବାଦିକ ଚିତ୍ତରଞ୍ଜନ ସିଂ, କୁନା ବେହେରା, ବନମାଳୀ ପ୍ରଧାନ, ନାରାୟଣ ଭୁକ୍ତା, ସଂଯୋଜକ ଧିରେନ ପ୍ରଧାନଙ୍କୁ ଦାୟିତ୍ୱ ପ୍ରଦାନ କରାଯିବା ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଆସନ୍ତା ଫେବୃଆରୀରେ ଆସୋସିଏସନ ପକ୍ଷରୁ ଦ୍ୱିତୀୟ ରାଜ୍ୟସ୍ତରୀୟ ସେବା ମହୋତ୍ସବ ଅନୁଷ୍ଠିତ ପାଇଁ ନିଷ୍ପତି ନିଆଯାଇଥିଲା ।