ଶ୍ରମିକ ସମବାୟ ସମିତି ଗଠନ ଓ ନୂତନ କର୍ମକର୍ତ୍ତା ଚୟନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଶିବ ମନ୍ଦିର ପରିସରରେ ଶ୍ରମିକ ସମବାୟ ସମିତିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଏହି ସମିତି ମାଧ୍ୟମରେ ଆଗାମୀ ଦିନରେ ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ପ୍ରାଥମିକତା ଦେବା ସହ ତାହାର ସମାଧାନ ଦିଗରେ ଯତ୍ନବାନ ହେବ ବୋଲି ସଭାପତି କହିଛନ୍ତି । ଏଥିରେ ସଭାପତି ଭାବରେ ସନ୍ୟାସୀ ଭୋଇ, ଉପସଭାପତି ରେବତୀ ରଣା, ସମ୍ପାଦକ ନରୋତ୍ତମ ପଧାନ, ସହସମ୍ପାଦକ ଆଲୋକ କୁମାର ବେହେରା ଓ କୋଷାଧ୍ୟକ୍ଷ ଭାବରେ ବନୀତା ରଣା ଚୟନ ହୋଇଛନ୍ତି । ଏଥିରେ ମ.ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରୁ ଶ୍ରମିକମାନେ ଯୋଗ ଦେଇଥିଲେ ଏବଂ ଆଗାମୀ ଦିନରେ ସମସ୍ତ ପଞ୍ଚାୟତର ଶ୍ରମିକମାନଙ୍କୁ ଏହି ସମିତିରେ ଯୋଡ଼ା ହେବ ବୋଲି ଜଣାଯାଇଛି ।

Leave A Reply

Your email address will not be published.