କୋଶଲ ଯୁବ ଶକ୍ତିର ଉପଖଣ୍ଡ ସ୍ତରୀୟ କର୍ମକର୍ତ୍ତା ଚୟନ

ପାଟଣାଗଡ, (କେପଏନ୍‌ଏସ୍‌) : ପାଟଣାଗଡ ବ୍ଲକ ଅନ୍ତର୍ଗତ ଘସିଏନ ହନୁମାନ ମନ୍ଦିର ପରିସରରେ କୋଶଲ ଯୁବ ଶକ୍ତି ସଂଗଠନର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଶଲ ସଂଗ୍ରାମୀ ଶାନ୍ତନୁ କୁମାର ବୁଧିଆଙ୍କ ଆହ୍ୱାନ କ୍ରମେ ବଲାଙ୍ଗିର ତଥା ବରଗଡ ଜିଲ୍ଲାର ଶତାଧିକ କୋଶଲ ପ୍ରେମୀ ଯୁବକ ଯୋଗଦାନ କରିଥିଲେ । ସାକେତ ଶ୍ରୀଭୂଷଣ ସାହୁ ସଭାପତିତ୍ୱ କରିଥିବା ବେଳେ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚାର ଆବାହକ ସୁଶୀଲ କୁମାର ଗୁରୁ, ସୁବାଷ ଚନ୍ଦ୍ର ଆଚାର୍ଯ୍ୟ, ଜନସନ ନାଗ ଓ ସନତ କୁମାର ଭୋଇ ଅତିଥି ରୂପେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭୁ ସେଠ୍, ଘସିଏନ ସରପଞ୍ଚ ମଣ୍ଟୁ ଗଡତ୍ୟା ଯୋଗ ଦେଇଥିଲେ । ଏହି ଅବସରରେ ରୋଶନ କୁମାର ସାହୁଙ୍କୁ ସଭାପତି ଓ ଚିନ୍ମୟ କୁମାର ସାହୁଙ୍କୁ ସଂପାଦକ ରୂପେ ସର୍ବସମ୍ମତି କ୍ରମେ ମନୋନିତ କରାଗଲା ଏବଂ ଆଗାମୀ ଦିନରେ ସମଗ୍ର କୋଶଳାଞ୍ଚଚଳରେ “ହରଘର କୋଶଲ” କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଗଲା । ଏହି କାର୍ଯ୍ୟକ୍ରମକୁ ପିଣ୍ଟୁ ଅଗ୍ରୱାଲ, କ୍ଷୀରୋଦ୍ର କୁମାର ସାହୁ, ପ୍ରହଲ୍ଲାଦ ସାହୁ, ଘନଶ୍ୟାମ ଥନାପତି, ରଞ୍ଜିତ ପଧାନ, ଥବିର ଗଡତିଆ, ମଣ୍ଟୁ କର୍ମୀ, ସଞ୍ଜୟ ମଟାରି, ସନ୍ତୋଷ କୁମାର ତୁମୁନିଆଁ ପ୍ରମୁଖ କୋଶଲ ପ୍ରେମୀ ସହଯୋଗ କରିଥିଲେ । କୋଶଲ ଯୁବ ଶକ୍ତିର କାର୍ଯ୍ୟକାରୀ ସଭାପତି ହିତାଂଶୁ ଶେଖର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!